ରାଜଧାନୀରେ ଧୀରେ ଧୀରେ ସୁଧୁରୁଛି ବିଜୁଳି ବ୍ୟବସ୍ଥା, ପୁରୀକୁ ନେଇ ଅନିଶ୍ଚିତତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ରାଜଧାନୀରେ ଧୀରେ ଧୀରେ ସୁଧୁରୁଛି ବିଜୁଳି ବ୍ୟବସ୍ଥା, ପୁରୀକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ସୁଧୁରୁଛି ବାତ୍ୟା କ୍ଷତିଗ୍ରସ୍ତ ରାଜଧାନୀର ବିଜୁଳି ବ୍ୟବସ୍ଥା। ବାତ୍ୟା ‘ଫୋନି’ ଯିବାର ପାଞ୍ଚ ଦିନ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ମରାମତି କାମ। ବାହାର ରାଜ୍ୟରୁ କୁଶଳୀ ଶ୍ରମିକମାନେ ପହଞ୍ଚିବା ପରେ ହାତ ଗଣତି କିଛି ସ୍ଥାନକୁ ବିଜୁଳି ସଂଯୋଗ ଦିଆଯାଇଛି। ଅନ୍ୟପକ୍ଷରେ କଟକରେ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିବା ବେଳେ ପୁରୀ କଥା କହିବାକୁ ବିଜୁଳି ବିଭାଗ ଅଧିକାରୀ ଏବେ ମଧ୍ୟ ଭୟ କରୁଛନ୍ତି।

ଆଜି ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଗ୍ରୀଡ୍‌ ଅଞ୍ଚଳରେ ମରାମତି କାମ ଚାଲିଛି। ରାସ୍ତାରେ ପଡ଼ିଥିବା ୧୧ କେଭି ଖୁଣ୍ଟ ଉଠାଇବା କାମରେ ଲାଗି ପଡ଼ିଛନ୍ତି କୁଶଳୀ ଶ୍ରମିକ। ପଶ୍ଚିମବଙ୍ଗରୁ ଆସିଥିବା ଏହି ଶ୍ରମିକମାନେ ଖୁଣ୍ଟ ଉଠାଇବା ସହିତ ତାର ବି ଟାଣୁଛନ୍ତି।

ସେହିପରି ସଚିବାଳୟ ପଛ ପାର୍ଶ୍ୱରେ କାମରେ ଲାଗିଛନ୍ତି ଆନ୍ଧ୍ରପ୍ରଦେଶରୁ ଆସିଥିବା କୁଶଳୀ ଶ୍ରମିକ। ସେମାନେ ଖୁଣ୍ଟ ଉଠାଇବା ସହିତ ତାର ଟାଣୁଛନ୍ତି।

ଚନ୍ଦକାରେ ଭୁଶୁଡି ପଡ଼ିଥିବା ପାଓ୍ୱାର ଗ୍ରୀଡ୍ କର୍ପୋରେସନ୍ (ପିଜିସିଆଇଏଲ) ର ୪୦୦ କେଭି ଟାଓ୍ୱାର ସ୍ଥାନରେ ଅସ୍ଥାୟୀ ଟାଓ୍ୱାର ଠିଆ ହୋଇଛି। ଏଠି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଆସନ୍ତାକାଲି ଅସ୍ଥାୟୀ ଟାଓ୍ୱାରରେ ବିଜୁଳି ସରବରାହ ହୋଇପାରିବ ବୋଲି କହିଛନ୍ତି ପିଜିସିଆଇଏଲ୍‌ର ନିର୍ଦ୍ଦେଶକ ସୀମା ଗୁପ୍ତା। ରିପଡ଼ାରୁ ପାଣ୍ଡିଆବିଲକୁ ସଂଯୋଗ କରୁଥିବା ୪୦୦ କେଭିର ଏହି ବିଜୁଳି ଲାଇନ୍‌ ଭୁଶୁଡି ପଡ଼ିବାରୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବିଜୁଳି ସରବରାହ ବାଧାପ୍ରାପ୍ତ ହୋଇଛି।

ରାଜଧାନୀରେ ଏବେ ଅଢ଼େଇ ହଜାର କୁଶଳୀ ଶ୍ରମିକ ଓ କର୍ମଚାରୀ ମରାମତି କାମରେ ନିୟୋଜିତ ହୋଇଥିବା ବେଳେ ସାଢ଼େ ୪ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୭,୭୦୦ ଜଣଙ୍କୁ ବିଦ୍ୟୁତ୍‌ ସଂଯୋଗ ମିଳିଛି। ଆସନ୍ତା ଦିନେ ବା ଦୁଇ ଦିନ ମଧ୍ୟରେ ସହରର ଅଧିଂକାଶ ସ୍ଥାନକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ସେସୁର ସିନିୟର ଜିଏମ୍‌ ସୁବ୍ରତ ମିଶ୍ର କହିଛନ୍ତି। ତେବେ ୧୨ ତାରିଖ ସୁଦ୍ଧା ରାଜଧାନୀର ସମସ୍ତ ଅଞ୍ଚଳକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

ସେହିପରି କଟକରେ ମଧ୍ୟ ସ୍ଥିତିରେ ଉନ୍ନତି ଆସିଥିବା ବେଳେ ପୁରୀକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ପୁରୀକୁ ୨୦୦୦ କର୍ମଚାରୀ ଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ଜିଲ୍ଲାକୁ ବିଦ୍ୟୁତ୍ ସଂଯୋଗ ଦେବାକୁ ମାସେରୁ ଅଧିକ ସମୟ ଲାଗିବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ କହିଛନ୍ତି।

ସେ କହିଛନ୍ତି,“୧୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୮୦% ବିଦ୍ୟୁତ୍‌ ସେବା ମିଳିବ। ୧୨ ତାରିଖ ସୁଦ୍ଧା ଏଠାରେ ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ମିଳିବ। ପୁରୀରେ ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ କରାଯିବ। ସମଗ୍ର ଜିଲ୍ଲାକୁ ବିଦ୍ୟୁତ୍ ସଂଯୋଗ ପାଇଁ ଏକ ମାସରୁ ଅଧିକ ସମୟ ଲାଗିବ।”

ଖୋର୍ଦ୍ଧାରେ ବି ଚାଲିଛି କାମ

ଭୁଶୁଡ଼ି ପଡିଥିବା ବିଦ୍ୟୁତ୍‌ ଭିତ୍ତିଭୂମିକୁ ସଜାଡିବାକୁ ଖୋର୍ଦ୍ଧାରେ ମଧ୍ୟ କାମ ଚାଲିଛି।  ପ୍ରଥମେ ଜାତୀୟ ରାଜପଥ କଡ଼ ଓ ପରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ପଡ଼ି ରହିଥିବା ବିଜୁଳି ଖୁଣ୍ଟଗୁଡ଼ିକୁ ଉଠାଇବାକୁ ଗୁରୁତ୍ୱ ଦିଆଯାଇଛି। ତେବେ ବିଳମ୍ବ ଯୋଗୁ ଜଟଣୀର କଣ୍ଟାବାଡ଼ରେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଖୁଣ୍ଟ ଉଠାଇବା ପାଇଁ ଅଣ୍ଟା ଭିଡିଛନ୍ତି। ବିଜୁଳି ମରାମତି କାମରେ କୁଶଳୀ ନ ହେଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ସାହାସ ଜୁଟାଇ କିଛି ଯୁବକ ଖୁଣ୍ଟରେ ଚଢ଼ି ତାର ଟାଣିଛନ୍ତି।



from Odisha Reporter http://bit.ly/2vMSwqo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages