
ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ଚାଲିଥିବା ମେଣ୍ଟ ସରକାରରେ କିଛି ଠିକ୍ ଚାଲିନଥିବା ସୂଚନା ମିଳିଛି। କଂଗ୍ରେସର କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ଦଳ ମେଣ୍ଟ ସହଯୋଗୀକୁ ନେଇ ଅସନ୍ତୋଷ ରହିଛି। ଆଉ ମେ ୨୩ ତାରିଖରେ ଲୋକସଭା ଫଳାଫଳ ବାହାରିବାପରେ ମେଣ୍ଟର ଭବିଷ୍ୟତ ମଧ୍ୟ ସ୍ପଷ୍ଟ ହୋଇଯିବ।
ବିଶେଷ ସୂତ୍ରରୁ ଜଣାପଡ଼ିଛି, ଜେଡିଏସ୍ ଚଳାଉଥିବା ଏଚ୍ଡି ଦେବେଗୌଡ଼ାଙ୍କ ପରିବାରରେ ହିଁ ସମସ୍ୟା ରହିଛି। ଏହି ସମସ୍ୟା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ଏଚ୍ଡି ରେବାନ୍ନାଙ୍କ ମଧ୍ୟରେ କେନ୍ଦ୍ରୀଭୂତ ହେଉଛି। ରାଜ୍ୟରେ ଲୋକସଭା ନିର୍ବାଚନୀ ପ୍ରଚାର ସମୟରେ ଦୁଇ ଦଳ ମଧ୍ୟରେ ତାଳମେଳ ନଥିବା ଏହି ଅସନ୍ତୋଷକୁ ସ୍ପଷ୍ଟ କରିଥିଲା।
ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯେକୌଣସି ଉପାୟରେ ପୁଣି ଗାଦିକୁ ଫେରିବାକୁ ଗୋପନୀୟ ଆଲୋଚନା ଓ ପ୍ରୟାସ ଚଲାଇଛନ୍ତି। ତେଣୁ ସିଦ୍ଧରମୈୟା ନିଜେ କହିବାର ଆବଶ୍ୟକତା ପଡ଼ିଛି ଯେ ସେ କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଖୁସି ଅଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପୂର୍ବରୁ ମଧ୍ୟ ମେଣ୍ଟ ସରକାର ଚଲାଇବା କଷ୍ଟକର ବୋଲି କହିସାରିଛନ୍ତି।
from Odisha Reporter http://bit.ly/2LuTd2w
No comments:
Post a Comment