
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ମିଳୁଥିବା ଆମ୍ୱ ଛୋଟଠୁ ବଡ଼ ସମସ୍ତଙ୍କ ପସନ୍ଦ। କିଏ ଏହାକୁ ପାଚିଲା ତ କିଏ କଞ୍ଚା ଖାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଆମ୍ୱର ଯେଉଁ ଡିସ୍ ବିଷୟରେ କହିବାକୁ ଯାଉଛୁ, ତାହା ଶୁଣିବା ମାତ୍ରେ ଆପଣଙ୍କ ପାଟିରେ ପାଣି ଆସିବା ନିଶ୍ଚିତ। ଏଠାରେ ଆମେ ଆପଣଙ୍କୁ ‘ଆମ୍ୱ ରସ ଦମ ଆଳୁ’ ରେସିପି ର ପ୍ରସ୍ତୁତି ବିଷୟରେ କହୁଛୁ। ଏହାର ସ୍ୱାଦ ଥରେ ଚାଖିଲେ, ବାରମ୍ବାର କରି ଖାଇବାକୁ ଇଚ୍ଛା ହେବ।
ଆବଶ୍ୟକ ସାମଗ୍ରୀ
ଆଳୁ ଛୋଟ ସାଇଜ-୪୦୦ ଗ୍ରାମ, ଅଦା, ରସୁଣ ପେଷ୍ଟ- ଗୋଟେ ଚାମଚ, ଲୁଣ , ଭୁର୍ସୃଙ୍ଗ ପତ୍ର, ଲଙ୍କା ପାଉଡ଼ର, ରିଫାଇନ ତେଲ, ଆମ୍ୱ ରସ-୨୫୦ ଗ୍ରାମ, ସନ୍ଧବ ଲୁଣ, ଜୀରା – ହାଫ୍ ଚାମଚ, ଗରମ ମସାଲା- ୧/୪ ଚାମଚ, କଟା ପିଆଜ-୫୦ ଗ୍ରାମ, ହଳଦି, ଧନିଆ ପାଉଡ଼ର-୧/୨ ଚାମଚ, ଲେମ୍ୱୁ ରସ ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସରେ କଢେଇ ବସାଇ ତେଲ ଗରମ କରନ୍ତୁ। ସେଥିରେ ଜୀରା ପକାନ୍ତୁ, ଫୁଟିବା ପରେ ପିଆଜ କଟା ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ସେଥିରେ ଭୁସୃଙ୍ଗ ପତ୍ର, ଅଦା, ରସୁଣ ପେଷ୍ଟ, ହଳଦି, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ପାଉଡ଼ର ପକାଇ ଭଲ ଭାବେ କଷନ୍ତୁ। ଆବଶ୍ୟକ ହେଲେ ଅଳ୍ପ ଅଳ୍ପ ପାଣି ବି ଦିଅନ୍ତୁ।
ମସଲା ଭଲ ଭାବେ କଷି ହେବା ପରେ କଟା ହୋଇଥିବା ଆଳୁ ଓ ସ୍ୱାଦନୁସାରେ କଳା ଲୁଣ ମଧ୍ୟ ପକାନ୍ତୁ। ଏହାପରେ ଏଥିରେ ଲେମ୍ୱୁ ରସ ଓ ଆମ୍ୱ ରସ ପକାଇ ଭଲ ଭାବେ ଗୋଳାନ୍ତୁ। ୧୦-୧୫ ମିନିଟ୍ ଏହାକୁ ହାଲକା ଆଞ୍ଚରେ କଷାନ୍ତୁ। ଏହାପରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆମ୍ୱ ରସ ଦମ୍ ଆଳୁ। ଏହାକୁ ଗରମା ଗରମ ଚପାତି ସହ ଖାଇ ମଜା ନିଅନ୍ତୁ।
from Odisha Reporter http://bit.ly/2W1BYJY
No comments:
Post a Comment