ମସଜିଦ୍ ନିକଟରେ ଆତଙ୍କୀ ହମଲା, ୪ ପୁଲିସ୍ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ମସଜିଦ୍ ନିକଟରେ ଆତଙ୍କୀ ହମଲା, ୪ ପୁଲିସ୍ ମୃତ

କ୍ୱେଟା: ପବିତ୍ର ରମଜାନ ମାସ ଚାଲିଥିବା ବେଳେ ପାକିସ୍ତାନର ବାଲୋଚିସ୍ତାନ ମସଜିଦ୍‌ ନିକଟରେ ଆତଙ୍କବାଦୀମାନେ ଭୟଙ୍କର ହମ୍‌ଲା କରିଛନ୍ତି। ଏଥିରେ ମସଜିଦ୍‌ ବାହାରେ ସୁରକ୍ଷା ଦାୟିତ୍ୱରେ ଥିବେ ୪ ଜଣ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି।

ଲୋକମାନେ ରାଜଧାନୀ କ୍ୱେଟାର ସ୍ୟାଟେଲାଇଟ୍‌ ଟାଉନ୍‌ ନିକଟରେ ଥିବା ମସଜିଦ୍‌ରେ ପ୍ରାର୍ଥନା କରିବାକୁ ଲୋକମାନେ ଏକାଠି ହୋଇଥିଲେ। ଏହି ସମୟରେ ସେଠାରେ ଥିବା ଏକ ବାଇକ୍‌ରେ ପୂର୍ବରୁ ଆତଙ୍କବାଦୀମାନେ ଖଞ୍ଜିଥିବା ବୋମା ବିସ୍ଫୋରଣ ହୋଇଥିଲା।

ଏଥିରେ ସେଠାରେ ଥିବା ଏକ ପୁଲିସ୍ କାର୍ ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଥିଲା। ଫଳରେ କାରେ ଥିବା ୪ ଜଣ ପୁଲିସ୍ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେହିପରି ମସଜିଦ୍ ନିକଟରେ ଥିବା ୧୧ ଜଣ ସାଧାରଣ ଲୋକ ମଧ୍ୟ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ଘଟଣା ପରେ ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।



from Odisha Reporter http://bit.ly/2YqiKLJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages