ଓଡ଼ିଶାରେ ଖାଲିପଡ଼ିବ ୪ ରାଜ୍ୟସଭା ଆସନ, ଗୋଟିଏ ଆସନରେ ବାଜି ମାରି ନେଇପାରେ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଓଡ଼ିଶାରେ ଖାଲିପଡ଼ିବ ୪ ରାଜ୍ୟସଭା ଆସନ, ଗୋଟିଏ ଆସନରେ ବାଜି ମାରି ନେଇପାରେ ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ଓଡ଼ିଶାର ୪ ଆସନ ଖୁବଶୀଘ୍ର ଖାଲି ପଡ଼ିବ। ୪ ରାଜ୍ୟସଭା ସାଂସଦ ଚଳିତଥର ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ଏହି ଆସନ ଖୁବଶୀଘ୍ର ଖାଲି ପଡ଼ିବାକୁ ଯାଉଛି। ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ରାଜ୍ୟସଭାକୁ ଯିବା ପାଇଁ ସୁଯୋଗ ପାଇନଥିବା ବିଜେପି ଏଥର ଗୋଟିଏ ଆସନ ଅକ୍ତିଆର କରିପାରିବ ବୋଲି ଆକଳନ କରାଯାଉଛି। ରାଜ୍ୟସଭାରେ ଓଡ଼ିଶା ପାଇଁ ୧୦ଟି ଆସନ ରହିଛି। ତନ୍ମଧ୍ୟରୁ ବିଜେଡିର ୯ ଜଣ ସାଂସଦ ଥିବା ବେଳେ କଂଗ୍ରେସର ମାତ୍ର ଜଣେ ସାଂସଦ ରହିଛନ୍ତି।

ସୂଚନାଯୋଗ୍ୟ ଯେ ବିଜେଡି ତା’ର ୬ ରାଜ୍ୟସଭା ସାଂସଦଙ୍କୁ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ୨ ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ରମ୍ ହାରିଥିବା ବେଳେ ବାକି ୪ ସାଂସଦ ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଓ ଅଚ୍ୟୁତ ସାମନ୍ତ ଜିତିଛନ୍ତି। ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ଏହି ୪ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପଡ଼ିବ। ସେମାନେ ଇସ୍ତଫା ଦେବାର ୬ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି ନିୟମ ରହିଛି। କହିବାକୁ ଗଲେ ଡିସେମ୍ବର ସୁଦ୍ଧା ଖାଲିପଡ଼ିବାକୁ ଥିବା ୪ ଆସନ ପାଇଁ ନିର୍ବାଚନ ହେବ।

ବିଧାୟକଙ୍କ ଭୋଟ୍ ଆଧାରରେ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ପ୍ରାର୍ଥୀ। ଚଳିତଥର ୧୪୬ ବିଧାନସଭା ଆସନରୁ ବିଜେଡି ୧୧୨ଟି ଏବଂ ବିଜେପି ୨୩ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯ଟି ଆସନରେ ଜିତିଛି। ଏହାବ୍ୟତୀତ  ସିପିଆଇ(ଏମ୍)ରୁ ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ଜିତିଛନ୍ତି। ଓଡ଼ିଶାରେ ବିଜେପି ବିରୋଧୀ ଦଳ ହୋଇଥିବାରୁ ଗୋଟିଏ ଆସନରେ ନିଜ ପ୍ରାର୍ଥୀକୁ ରାଜ୍ୟସଭା ପଠାଇପାରେ ବୋଲି ଜଣାପଡ଼ିଛି। ତେବେ ଏଥିପାଇଁ କଂଗ୍ରେସ ଏବଂ ୨ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗ ଦରକାର ପଡ଼ିପାରେ।

ରାଜ୍ୟସଭା ଭୋଟ ଫର୍ମୁଲା

[(ମୋଟ ବିଧାୟକ ସଂଖ୍ୟା*୧୦୦)/ ଖାଲି ପଡ଼ିଥିବା ଆସନ+୧)]+୧। 
ଅର୍ଥାତ୍ [(୧୪୭*୧୦୦/୪+୧) ]+୧=୨୯୪୧. କହିବାକୁ ଗଲେ ରାଜ୍ୟସଭାକୁ ଯିବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ୨୯ ଜଣ ସାଂସଦ ଭୋଟ ଦେବା ଦରକାର।

ବିଜେଡି ପାଖରେ ୧୧୨ ଜଣ ବିଧାୟକ ଥିବା ବେଳେ ସମସ୍ତ ୪ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ୧୧୬ ବିଧାୟକଙ୍କ ସହଯୋଗ ଦରକାର। ହେଲେ ବିରୋଧୀ ଯଦି ଏକ ହୋଇଯିବେ ତାହେଲେ ତାଙ୍କ ପାଖରେ ମୋଟ ଆସନ ୩୪ ହୋଇଯିବ। ତେଣୁ ଗୋଟିଏ ଆସନ ଶାସକ ବିଜେଡି ହରାଇପାରେ ବୋଲି ସୂଚନା ରହିଛି।



from Odisha Reporter http://bit.ly/2YNOgU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages