ତେଜସ୍ୱୀ ଯାଦବଙ୍କ ଉପରେ ବଢ଼ିଲା ଇସ୍ତଫା ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ତେଜସ୍ୱୀ ଯାଦବଙ୍କ ଉପରେ ବଢ଼ିଲା ଇସ୍ତଫା ଚାପ

ପାଟନା: ଲୋକସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଗୋଟିଏ ହେଲେ ବି ଆସନ ଜିତିପାରି ନାହିଁ। ଲାଲୁ ଜେଲ୍‌ରେ ଥିବାରୁ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ୁଥିଲା।

ଏବେ ଦଳୀୟ ନେତା ଓ ବିଧାୟକମାନେ ତେଜସ୍ୱୀଙ୍କୁ ବିହାର ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି। ଆରଜେଡି ବିଧାୟକ ମହେଶ୍ୱର ଯାଦବ କହିଛନ୍ତି, “ଆରଜେଡିର ପରାଜୟ ପାଇଁ ତେଜସ୍ୱୀ ଯାଦବ ଦାୟୀ। ତେଣୁ ସେ ନୈତିକତା ଦୃଷ୍ଟିରୁ ବିହାର ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବା ଉଚିତ।”

ଏଥିସହ ସେ ଲାଲୁ ପ୍ରସାଦ ଯାଦଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ ଲାଲୁ ପ୍ରସାଦ ଯାଦବ ଆରଜେଡିକୁ ନିଜର ପାରିବାରିକ ସ୍ୱାର୍ଥ ପାଇଁ ବ୍ୟବହାର କରିବାରେ ଲାଗିଛନ୍ତି। ଏହି କାରଣ ପାଇଁ ଆଜି ଆରଜେଡିର ଅବସ୍ଥା ଶୋଚନୀୟ ହୋଇଛି।”

ପୂର୍ବରୁ ଅନେକ ନେତା ଓ କର୍ମୀ ଭିତରେ ଭିତରେ ତେଜସ୍ୱୀ ଇସ୍ତଫା ଦିଅନ୍ତୁ ବୋଲି ଚାହୁଁଥିଲେ। ହେଲେ ପ୍ରଥମଥର ପାଇଁ ମୁଜାଫରପୁରର ଆରଜେଡି ବିଧାୟକ ମହେଶ୍ୱର ଯାଦବ ସର୍ବସମ୍ମୁଖରେ ତେଜସ୍ୱୀ ଓ ଲାଲୁଙ୍କୁ ଟାର୍ଗେଟ କରିଛନ୍ତି।



from Odisha Reporter http://bit.ly/2EATevV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages