ଅଧା ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଜିତିଛି ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଅଧା ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଜିତିଛି ବିଜେପି

ନୂଆଦିଲ୍ଲୀ: ବିଜେପି ସଂଖ୍ୟାଲଘୁ ବିରୋଧୀ ବୋଲି ସମସ୍ତ ଦାବିକୁ ଲୋକସଭା ନିର୍ବାଚନରେ ଭୁଲ ପ୍ରମାଣିତ କରିଛି ବିଜେପି। ୯୦ଟି ମୁସଲିମ୍‌ବହୁଳ ଜିଲ୍ଲାର ୫୦% ଆସନରେ ବିଜେପିର ବିଜୟ ହୋଇଛି। ୨୦୦୮ ମସିହାରେ ୟୁପିଏ ଏହିସବୁ ଆସନ ‘ସଂଖ୍ୟାଲଘୁ ବହୁଳ’ ବୋଲି ଚିହ୍ନଟ କରିଥିଲା। ଏହି ସବୁ ଅଞ୍ଚଳ ସାମଜିକ-ଅର୍ଥନୀତି ଦୃଷ୍ଟିରୁ ମଧ୍ୟ ପଛୁଆ।

ଏଭଳି ୭୯ଟି ଆସନରୁ ବିଜେପି ୪୧ଟି ଆସନରେ ଜିତିଛି। ୨୦୧୪ ତୁଳନାରେ ଏଥିରେ ୭ଟି ଆସନ ବୃଦ୍ଧି ପାଇଛି। କଂଗ୍ରେସ ଏହିସବୁ ଆସନରେ ଅଧାକୁ ଖସିଆସିଛି। ଅର୍ଥାତ ୧୨ରୁ ୬କୁ ଖସିଆସିଛି। ବିଶ୍ଲେଷକଙ୍କ କହିବା ଅନୁଯାୟୀ ମୁସଲିମ୍‌ ଏଥର ଗୋଟିଏ ଦଳ କିମ୍ବା ପ୍ରାର୍ଥୀ ଭିତ୍ତିରେ ଭୋଟ୍‌ ଦେଇନାହାନ୍ତି। ତେବେ ସମଗ୍ର ଦେଶରେ ମୋଟ ୨୭ ଜଣ ମୁସଲିମ୍‌ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ବିଜେପିର ନୁହନ୍ତି।

ଏହି ୨୭ ଜଣଙ୍କ ମଧ୍ୟରୁ ତୃଣମୂଳ କଂଗ୍ରେସର ୫ଟି, କଂଗ୍ରେସର ୪ଟି, ଏସ୍‌ପି, ବିଏସ୍‌ପି, ନ୍ୟସନାଲ କନ୍‌ଫରେନ୍ସ, ଆଇୟୁଏମ୍‌ଏଲ୍‌ର ୩ ଜଣ ଲେଖାଏ, ଏଆଇଏମ୍‌ଆଇଏମ୍‌ର ୨ ଜଣ ଏବଂ ଏଲଜେପି, ସିପିଏମ୍‌, ଏନ୍‌ସିପି ଏବଂ ଏଆଇୟୁଡିଏଫ୍‌ର ଜଣେ ଲେଖାଏ ମୁସଲିମ୍‌ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଦେଶର ୧୩୦ କୋଟ ଜନସଂଖ୍ୟାର ୨୦% ମୁସଲିମ୍‌। ତେବେ ଯେଉଁସବୁ ମୁସଲିମ୍ବହୁଳ ରାଜ୍ୟରେ ବିଜେପି ଅଧିକ ଭୋଟ୍‌ ପାଇଛି ସେ ମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୧୮ଟି ଆସନ। ଉତ୍ତର ଦିନଜ୍‌ପୁର ଆସନରେ ୪୯% ଭୋଟ୍‌ ମୁସଲିମ୍‌, କିନ୍ତୁ ଏଠାରେ ବିଜେପି ପ୍ରାର୍ଥୀ ଦେବଶ୍ରୀ ଚୌଧୁରୀ ଟିଏମ୍‌ସିର ଅଗ୍ରୱାଲ କହ୍ନେୟାଲାଲଙ୍କୁ ହରାଇଛନ୍ତି। ସେହିଭଳି ଜଲପାଇଗୁଡ଼ି, ମାଲଦା ଉତ୍ତର ଏବଂ କୁଚ୍‌ବେହାର ଆସନରେ ମୁସଲିମ୍‌ଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ଏହିସବୁ ଆସନରେ ବିଜେପି ଜିତିଛି।

ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ବହୁ ମୁସଲିମ୍‌ବହୁଳ ଆସନ ଥିବାବେଳେ ଏଠାରେ ମଧ୍ୟ ବିଜେପି ସଫଳତା ପାଇଛି। କଂଗ୍ରେସ ଏଠାରେ ୬ ଜଣ ମୁସଲିମ୍‌ ପ୍ରାର୍ଥୀ ଦେଇଥିବାବେଳେ ଜଣେ ମଧ୍ୟ ଜିତିପାରିନାହାନ୍ତି।



from Odisha Reporter http://bit.ly/2VUblTb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages