ନବୀନ ଗୁରୁମନ୍ତ୍ରରେ ଯୋଡ଼ିହେଲା ଆଉ ଏକ ‘ଟି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ନବୀନ ଗୁରୁମନ୍ତ୍ରରେ ଯୋଡ଼ିହେଲା ଆଉ ଏକ ‘ଟି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଞ୍ଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିପରିଷଦ ସହଯୋଗୀମାନେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ପରେ ସଚିବାଳୟରେ ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ନବୀନ ତାଙ୍କ ଶାସନରେ ପୂର୍ବରୁ ୪-ଟି ମନ୍ତ୍ର ଯୋଡ଼ିଥିବାବେଳେ ଆଜି ଆଉ ଏକ ‘ ଟି-ଟାଇମ୍’ ଯୋଡ଼ିଛନ୍ତି। ଏହାସହିତ ଦଳର ନିର୍ବାଚନୀ ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଆଜି ମନ୍ତ୍ରିପରିଷଦ ବୈଠକରେ ଅନୁମୋଦନ କରାଯାଇଛି।

ମନ୍ତ୍ରିପରିଷଦ ବୈଠକରେ ନୂଆ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଶାସନରେ ୩-ଟି ମନ୍ତ୍ର- ଟିମ୍ ୱାର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଚାହେଁ। ଯାହାଫଳରେ କି ଆମେ ଟି(ଟ୍ରାନ୍ସଫରମେସନ) ପରିବର୍ତ୍ତନ ଆଡ଼କୁ ଗତି କରୁଛୁ। ଏଥିରେ ମୁଁ ଏକ ପଞ୍ଚମ ପରିମାପକ ଯୋଡ଼ିବାକୁ ଚାହୁଁଛି। ତାହା ହେଲା ସମୟ (ଟି) ଯୋଡ଼ୁଛି। ସମୟ ହେଉଛି ଏକ ମହତ୍ୱପୂର୍ଣ୍ଣ ଦିଗ।

ନବୀନ କହିଛନ୍ତି ଯେ ଆଜିଠୁ ଠିକ୍ ୩୬୫ଦିନ ପରେ ୨୦୨୦ ମେ’ ୨୯ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ଆମର ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଲୋକଙ୍କ ପାଖରେ ଉପସ୍ଥାପନ କରିବୁ। କେତେକ ପ୍ରତିଶ୍ରୁତି ପାଳନ କରିବା ପାଇଁ ସମୟ ଲାଗିବ ଓ ଏହି ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକେ ଆମଠୁ ଗତିଶୀଳ ପ୍ରଶାସନିକ ମଡେଲ ଆଶା କରନ୍ତି।

ନବୀନ ନିଜ ସରକାରର ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି ଯେ ଏକ ସଶକ୍ତ ଓଡ଼ିଶା- ଗଠନ କରିବା, ଯେଉଁଠାରେ ଦାରିଦ୍ର‌୍ୟ ଅତୀତର ପୃଷ୍ଠାରେ ଲୀନ ହୋଇଯିବ। ଯେଉଁଠି ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନଭାବେ ଭାଗିଦାରୀ ହେବେ। ଯେଉଁଠାରେ ସମସ୍ତ ଦୁର୍ବଳ ବର୍ଗର ଲୋକମାନେ ବିକାଶ ଦୃଶ୍ୟପଟ୍ଟରେ ସାମିଲ ହେବେ। ଯେଉଁଠାରେ ଯୁବକମାନଙ୍କର ସ୍ୱପ୍ନର ସଫଳ ରୂପାୟନ ହୋଇପାରେ। ସାରା ବିଶ୍ୱ ଜାଣିବା ଦରକାର ଯେ, ବିକାଶର ପରିଭାଷାରେ ଓଡ଼ିଶାର ସମୟ ଆସିଯାଇଛି ବୋଲି ନବୀନ କହିଛନ୍ତି।



from Odisha Reporter http://bit.ly/30RBeH4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages