
ନୂଆଦିଲ୍ଲୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ ରାଷ୍ଟ୍ରପତି ଭୋଟ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ଆକଳନ କରିଛନ୍ତି। ଏନେଇ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜିନପିଙ୍ଗ ଏକ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କ ନେତୃତ୍ୱରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି। ଏଥିସହ ମୋଦିଙ୍କ ପାଇଁ ଭାରତ ଓ ଚାଇନା ସମ୍ପର୍କ ଶକ୍ତିଶାଳୀ ହୋଇପାରିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ପୁଟିନ୍ ଏକ ଟେଲିଗ୍ରାମ ଦ୍ୱାରା ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ବିଜୟ ପାଇଁ ସମସ୍ତ ଶ୍ରେୟ ମୋଦିଙ୍କୁ ଦେଇ ସାଧୁବାଦ ଜଣାଇଛନ୍ତି।
from Odisha Reporter http://bit.ly/30NkmRQ
No comments:
Post a Comment