ଅଶୁଭ ସ୍ୱରା, ଯେଉଁ ନେତାମାନଙ୍କ ପାଇଁ ସେ ପ୍ରଚାର କରିଥିଲେ ସବୁ ପଛରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଅଶୁଭ ସ୍ୱରା, ଯେଉଁ ନେତାମାନଙ୍କ ପାଇଁ ସେ ପ୍ରଚାର କରିଥିଲେ ସବୁ ପଛରେ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟ୍ଟର ବିରୋଧୀ ଏବଂ ଏ ବିଷୟରେ ସୋଶାଲ ମିଡିଆରେ ବୟାନ ରଖିଆସିଥିବା ଅଭିନେତ୍ରୀ ସ୍ୱରା ଭାସ୍କର ପ୍ରଚାର କରିଥିବା ସମସ୍ତ ୪ ଜଣ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି। ବିଶେଷ କରି ଏହି ଲୋକସଭା ନିର୍ବାଚନରେ ତାଙ୍କର ମୋଦି ବିରୋଧୀ ସ୍ୱର ବେଶ ଶାଣିତ ହୋଇଥିଲା।

ସେ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବାକୁ ବେଗୁସରାଇ ମଧ୍ୟ ଯାଇଥିଲେ। ସେ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର ସମୟରେ, “ଜୟ ହିନ୍ଦ, ଜୟ ଭୀମ୍‌ ଏବଂ ଲାଲ ସଲାମ୍‌” ଆଦି ନାରା ମଧ୍ୟ ଦେଇଥିଲେ। କିନ୍ତୁ ଶେଷ ଖବର ସୁଦ୍ଧା ଜଣାପଡ଼ିଛି କହ୍ନେୟା ବିଜେପି ପ୍ରାର୍ଥୀ ଗିରିରାଜ ସିଂହଙ୍କଠାରୁ ୨ ଲକ୍ଷ ଭୋଟ୍‌ ବ୍ୟବଧାନରେ ହାରିପାରନ୍ତି।

ଭାସ୍କର ପୂର୍ବ ଦିଲ୍ଲୀ ଆସନରୁ ପ୍ରାର୍ଥୀ ହୋଇଥିବା ଅତିଶୀ ମାର୍ଲେନାଙ୍କ ପାଇଁ ପ୍ରଚାର କରିଥିଲେ, ଯେଉଁଠାରୁ ବିଜେପି କ୍ରିକେଟର ଗୌତମ ଗମ୍ଭୀର ଏବଂ କଂଗ୍ରେସ ଅରବିନ୍ଦ ସିଂହ ଲଭଲୀଙ୍କୁ ପ୍ରାର୍ଥୀ କରିଛି। ଅତିଶୀ ଏଠାରେ ତୃତୀୟ ସ୍ଥାନରେ ଅଛନ୍ତି।

ସେ କଂଗ୍ରେସର ଦିଗ୍‌ବିଜୟ ସିଂହଙ୍କ ପାଇଁ ପ୍ରଚାର କରିଥିଲେ ଯେକି ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କଠାରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ୍‌ ପଛରେ ଅଛନ୍ତି। ସେ ରାଜସ୍ଥାନର ସିକାରରୁ ଲଢ଼ୁଥିବା ସିପିଏମ୍‌ ପ୍ରାର୍ଥୀ ଆମ୍‌ରା ରାମ୍‌ଙ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ, ଯେକି ମାତ୍ର ୧୭ ହଜାର ଭୋଟ୍‌ ପାଇଛନ୍ତି।



from Odisha Reporter http://bit.ly/2VJ1Q9x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages