ଭୋଟ ନ ଦେଇଥିବାରୁ ନଳକୂଅ ଭାଙ୍ଗିଦେଲେ ଟିଏମସି କର୍ମୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଭୋଟ ନ ଦେଇଥିବାରୁ ନଳକୂଅ ଭାଙ୍ଗିଦେଲେ ଟିଏମସି କର୍ମୀ!

କୋଲକାତା: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସକୁ ସାଧାରଣ ନିର୍ବାଚନରେ ଭୋଟ ନଦେବାରୁ ତୃଣମୂଳ ସମର୍ଥକମାନେ ସରକାରୀ ନଳକୂଅ ଓ ପାଣି ପାଇପ ଲାଇନ ଭାଙ୍ଗି ଦେଇଛନ୍ତି। ଏଭଳି ଅଭିଯୋଗ କରିଛି ପଶ୍ଚିମବଙ୍ଗ ବିଜେପି। ରାଜ୍ୟର ତିନୋଟି ସ୍ଥାନ ବୀରଭୂମ, ବର୍ଦ୍ଧମାନ ଏବଂ ଦୁର୍ରାଗାପୁରରେ ରାଜ୍ୟର ଶାସକ ଦଳ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ କରିଛି ବିଜେପି। ଚଳିତ ସାଧାରଣ ନିର୍ବାଚନରେ ବର୍ଦ୍ଧମାନ-ଦୁର୍ଗାପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଏସଏସ ଆଲୁଓ୍ୱାଲିଆ ୨, ୪୩୯ ଖଣ୍ଡ ଭୋଟ ବ୍ୟବଧାନରେ ଟିଏମସି ପ୍ରାର୍ଥୀ ମମତାଜ ସଙ୍ଘମିତ୍ରାଙ୍କୁ ହରାଇଛନ୍ତି।

ବୁରଦଓ୍ୱନ ଜିଲ୍ଲାର କନକପୁର ପୋଲିଂ ବୁଥରୁ ବିଜେପି ପ୍ରାର୍ଥୀ ଅଧିକ ଭୋଟ ପାଇଥିବାରୁ ଲୋକଙ୍କ ଉପରେ ରାଗ ରଖି ଟିଏମସି କର୍ମୀ ନଳକୂଅ, ସରକାରୀ ପାଣି ପାଇପ ଲାଇନ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ତେବେ ଟିଏମସି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ତାଙ୍କ ଦଳକୁ ବଦନାମ କରିବା ପାଇଁ ବିଜେପି ଏହି ଷଡ଼ଯନ୍ତ୍ର କରୁଛି ବୋଲି ଟିଏମସି କହିଛି।

ସେହିପରି କୋଲକତାରୁ ୧୮୦ କିଲୋମିଟର ଦୂରରେ ଥିବା ବୀରଭୁମ ଜିଲ୍ଲାର ରାମପୁରହାଟ ବ୍ଲକରେ ମଧ୍ୟ ସମାନ ଅଭିଯୋଗ ଆସିଛି। ଏଠାରେ ବିଜେପି ପ୍ରାର୍ଥୀ ଡୁଢ୍ କୁମାର ମଣ୍ଡଳ ବିଜୟୀ ହୋଇଛନ୍ତି। ସେହିପରି ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ମଧ୍ୟ ଶାସକ ଦଳ ଟିଏମସି ନାଁରେ ବିଜେପି ସମାନ ଅଭିଯୋଗ ଆଣିଛି।



from Odisha Reporter http://bit.ly/2Xf43el

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages