ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ସୋୟାବଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ସୋୟାବଡ଼ି

ଆବଶ୍ୟକୀୟ ସାମଗ୍ରୀ: ସୋୟାବିନ୍‌ ବଡ଼ି, ପିଆଜ, କାପ୍‌ସିକମ୍‌, ତେଲ, ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍‌, କଞ୍ଚାଲଙ୍କା, ଚିନି ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍‌ ପାଇଁ ଭିଜାଇ ରଖନ୍ତୁ। ପିଆଜକୁ କାଟି ତାହାର କୋଲା ଗୁଡ଼ିକୁ ଅଲଗା ଅଲଗା କରି ଦିଅନ୍ତୁ। କାପ୍‌ସିକମ୍‌ ଖଣ୍ଡ ଖଣ୍ଡ କାଟି ତା ଭିତରୁ ମଞ୍ଜି ସବୁ ବାହାର କରି ଦିଅନ୍ତୁ।

ପ୍ରଥମେ କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ପିଆଜ ଏବଂ କାପ୍‌ସିକମ୍‌ ପକାନ୍ତୁ ଓ ଘାଣ୍ଟନ୍ତୁ। ପିଆଜ ଓ କାପ୍‌ସିକମ୍‌ ନରମ ହୋଇ ଆସିଲେ ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍‌, କଞ୍ଚାଲଙ୍କା, ଚିନି ଓ ଲୁଣ ପକାନ୍ତୁ ଏବଂ ଭଲଭାବରେ ଗୋଳାଇ ଦିଅନ୍ତୁ।

ମସଲା କଷା ହୋଇଗଲେ ସୋୟାବିନ୍‌ ବଡ଼ି ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ଅଳ୍ପ ଟିକିଏ ପାଣି ଦେଇପାରନ୍ତି। ଯେପରିକି ମସଲା ସବୁ ସୋୟାବଡ଼ି ଭିତରେ ପଶିଯିବ।ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଗରମ ଗରମ ପରଷନ୍ତୁ।



from Odisha Reporter http://bit.ly/2EI3kv1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages