
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଛୁଟି କଟଇବା ପାଇଁ ନୌସେନାର ଆଇଏନ୍ଏସ୍ ବିରାଟ୍ ଭଳି ଯୁଦ୍ଧଜାହାଜକୁ ବ୍ୟବହାର କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନର ଜବାବ ଆଜି କଂଗ୍ରେସ ଦେଇଛି। କଂଗ୍ରେସ କହିଛି, ମୋଦି ବାୟୁସେନାର ବିମାନଗୁଡ଼ିକୁ ଟ୍ୟାକ୍ସି ଭାବେ ବ୍ୟବହାର କରୁଛନ୍ତି। ନିର୍ବାଚନ ସମୟରେ ବାୟୁସେନାର ବିମାନ ଭଡ଼ା ବାବଦକୁ ମୋଦି ମାତ୍ର ୭୪୪ ଟଙ୍କା ଦେଉଛନ୍ତି। ତେଣୁ ନିଜର ଦୋଷକୁ ଲୁଚାଇବା ପାଇଁ ମୋଦି କେବଳ ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ବୋଲି କଂଗ୍ରେସ କହିଛି।
କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ମୋଦି ଅନ୍ୟମାନଙ୍କ ସମ୍ପର୍କରେ ସର୍ବଦା ବହୁତ କିଛି କହୁଛନ୍ତି। ହେଲେ ସେ ନିଜେ ଭାରତୀୟ ବାୟୁସେନାର ବିମାନକୁ ଟ୍ୟାକ୍ସି ଭାବେ ବ୍ୟବହାର କରୁଛନ୍ତି। ନିର୍ବାଚନ ଟ୍ରିପ୍ରେ ବ୍ୟବହୃତ ହେଉଥିବା ବାୟୁସେନା ବିମାନ ଭଡ଼ା ବାବଦରେ ମୋଦି ମାତ୍ର ୭୪୪ ଟଙ୍କା ଦେଉଛନ୍ତି।” ମିଡିଆ ରିପୋର୍ଟ ଅନୁଯାୟୀ, ଆରଟିଆଇରୁ ଜଣାପଡ଼ିଛି ଯେ ମୋଦି ୨୪୦ ଥର ବେସରକାରୀ ଭାବେ ବାୟୁସେନା ବିମାନକୁ ଦେଶ ମଧ୍ୟରେ ବ୍ୟବହାର କରିଛନ୍ତି। ଏହି ବାବଦରେ ବିଜେପି ବାୟୁସେନାକୁ ୧.୪ କୋଟି ଟଙ୍କା ଦେଇଛି। ୨୦୧୯ ଜାନୁଆରୀ ୧୫ରେ ମୋଦି ବାୟୁସେନାର ବିମାନ ବ୍ୟବହାର କରିଥିଲେ। ଏହାର ଭଡ଼ା ବାବଦକୁ ବିଜେପି ବାୟୁସେନାକୁ ଟ୍ୟାକ୍ସି ଭଳି ମାତ୍ର ୭୪୪ ଟଙ୍କା ଦେଇଥିଲା।
from Odisha Reporter http://bit.ly/2LzRclq
No comments:
Post a Comment