
କୋଲକାତା: ଆଇଏସ୍ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪ର୍ଥ ସ୍ଥାନରେ ଥିବା ରିଚା ସିଂହ ଦିନକ ପାଇଁ କୋଲକାତା ଡେପୁଟି ପୁଲିସ୍ କମିଶନର ହୋଇଛନ୍ତି। ତାଙ୍କ ବାପା ଜଣେ ପୁଲିସ୍ ଅଫିସର ହୋଇଥିଲେ ହେଁ ତାଙ୍କୁ ଦିନକ ପାଇଁ ଝିଅର ତଳ ଅଫିସର ଭାବେ କାର୍ଯ୍ୟ କରିବାକୁ ପଡ଼ିଛି।
ଜିଡି ବିର୍ଲା ସେଣ୍ଟର ଫର ଏଡ଼ୁକେସନ୍ରେ ପଢ଼ୁଥିବା ରିଚା ସିଂହ ମଙ୍ଗଳବାର ପ୍ରକାଶ ପାଇଥିବା ଆଇଏସ୍ସି ପରୀକ୍ଷାରେ ୯୯.୨୫% ମାର୍କ ରଖିଥିଲେ। ଏହିଁ କୃତିତ୍ୱ ନିମନ୍ତେ ତାଙ୍କୁ ବୁଧବାର ସକାଳ ୬ଟାରୁ ଦିନ ୧୨ଟା ଯାଏ ଦକ୍ଷିଣପୂର୍ବ କୋଲକାତା ଅଞ୍ଚଳର ଡେପୁଟି ପୁଲିସ୍ କମିଶନର ଭାବେ ନିଯୁକ୍ତ କରାଯାଇଥିଲା। ରିଚା ସିଂହଙ୍କ ବାପା ରାଜେଶ ସିଂହ ଗରିଆହାଟ ପୁଲିସ୍ ଷ୍ଟେସନ୍ର ଇନ୍ଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି। ବୁଧବାର ରିଚା ଡେପୁଟି ପୁଲିସ୍ କମିଶନର ହେବା ପରେ ପିତା ରାଜେଶ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।
from Odisha Reporter http://bit.ly/2VLzgbF
No comments:
Post a Comment