ବଜାରରେ ହିରୋର ଦୁଇ ନୂଆ ସ୍କୁଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ବଜାରରେ ହିରୋର ଦୁଇ ନୂଆ ସ୍କୁଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ସବୁଠାରୁ ଅଧିକ ଦୁଇଚକିଆ ଯାନ ଉତ୍ପାଦନ କରୁଥିବା ଅଟୋମୋବାଇଲ୍ କମ୍ପାନୀ ହିରୋ ମୋଟୋକର୍ପ ଏବେ ଆଉ ଦୁଇଟି ସ୍କୁଟର ବଜାରକୁ ଆଣିଛି। ମାଷ୍ଟ୍ରୋ ଏଜ୍ ୧୨୫(Maestro Edge125) ଏବଂ (Pleasure+ 110)। ଏହା ଭାରତୀୟ ଗ୍ରାହକ ମାନଙ୍କ ସମେତ ସାରା ବିଶ୍ୱ ବଜାରରେ ମଧ୍ୟ ଉପଲବ୍ଧ ହେବ।

ପ୍ରଥମ ଥର ପାଇଁ କମ୍ପାନୀ Maestro Edge125ରେ ଫୁଏଲ୍ ଇଞ୍ଜେକ୍‌ଶନ(FI)ଟେକ୍ନୋଲୋଜି ବ୍ୟବସ୍ଥା କରିଥିବା ବେଳେ ଏହାର ଦିଲ୍ଲୀ ଏକ୍ସ-ଶୋ’ରୁମ୍ ମୂଲ୍ୟ ୬୨,୭୦୦ ଟଙ୍କା ରହିଛି।ସେହିପରି ଏହାର i3S ଭାରିଆଣ୍ଟର ମୂଲ୍ୟ ୫୮,୫୦୦ ଟଙ୍କା (ଡ୍ରମ୍‌ବ୍ରେକ୍‌) ଏବଂ ୬୦,୦୦୦(ଡିସ୍କ ବ୍ରେକ)ଟଙ୍କା ରହିଛି। ଅନ୍ୟପକ୍ଷରେ କମ୍ପାନୀ ଏହା ମଧ୍ୟ କହିଛି ଯେ, ସ୍କୁଟର ସେଗ୍‌ମେଣ୍ଟରେ ହିରୋର ପ୍ଲେଜର ଆଉ ଏକ ଲୋକପ୍ରିୟ ମଡେଲ୍ ହୋଇଥିବା ବେଳେ Pleasure+ 110ର ନୂଆଦିଲ୍ଲୀ ଏକ୍ସ-ଶୋ’ରୁମ୍ ମୂଲ୍ୟ ୪୭,୩୦୦ ଟଙ୍କା ରହିଛି।

ଏହି ଦୁଇ ଯାନକୁ ବଜାର ପ୍ରବେଶ କରିବା ଅବସରରେ କମ୍ପାନୀର ଚିଫ୍ ଟେକ୍ନୋଲୋଜି ଅଫିସର ଏମ୍. ବ୍ରାଉନସ୍ପ୍ରେଗର କହିଛନ୍ତି, ଏଥର ଭାରତରେ ଆମେ ପ୍ରଥମଥର ପାଇଁ ଏଫ୍‌ଆଇ ଟେକ୍ନୋଲୋଜିରେ ନୂଆ ଯାନ ବଜାର ପ୍ରବେଶ କରି ହିରୋର ଆର୍‌ ଆଣ୍ଡ୍‌ ଡି ଇକୋସିଷ୍ଟମ ଦକ୍ଷତା ପ୍ରଦର୍ଶନ କରି ପାରିଛୁ। ଖୁବ୍ କମ୍‌ ଦିନ ମଧ୍ୟରେ ଏହି ଯାନ ଲୋକମାନେ ବଜାରରୁ କ୍ରୟ କରି ପାରିବେ ବୋଲି କମ୍ପାନୀ ପ୍ରକାଶ କରିଛ।

 



from Odisha Reporter http://bit.ly/2WTlv7Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages