ଫୋନିକୁ ପୁରିଲା ଦୁଇ ସପ୍ତାହ: ଏବେ ବି ଅନ୍ଧାରରେ ପୁରୀର ବହୁ ଇଲାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଫୋନିକୁ ପୁରିଲା ଦୁଇ ସପ୍ତାହ: ଏବେ ବି ଅନ୍ଧାରରେ ପୁରୀର ବହୁ ଇଲାକା

ପୁରୀ(ଓଡ଼ିଶା ରିପୋର୍ଟର)ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୁରିଲା। ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ । ପର୍ଯ୍ୟଟନର ସହରରେ ସମ୍ପୂର୍ଣ୍ଣ ସ୍ୱାଭାବିକ୍‌ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା । ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସଙ୍କଟରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ପୁରା ପୁରୀ ସହରରେ ବିଜୁଳି ପୁର୍ନବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେସୁ କର୍ତ୍ତୃପକ୍ଷ ଡେଡ୍‌ଲାଇନ୍ ଦେଇଛନ୍ତି।

ଫୋନି ପରଠୁ ଲୋକଙ୍କ ଘର ଭିତରେ ନୀରବି ଯାଇଛି ପଙ୍ଖା । ସକାଳରୁ ସଞ୍ଜ,ସଞ୍ଜରୁ ସକାଳ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ପାଇଁ ବିଞ୍ଛଣା ସାଜିଛି ସାହାରା। ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ପିଲାଠୁ ବୟସ୍କ । ତେବେ ପୁରୀ ସହରର କିଛି ଅଞ୍ଚଳରେ ବିଜୁଳି ଆସିଥିବାବେଳେ ତାଙ୍କ ଘରେ କେବେ ଲାଇଟ୍ ଜଳିବ ତାକୁ ନେଇ ଅଶା ଆଶଙ୍କାରେ ରହିଛନ୍ତି ଲୋକେ।

ଗତ ୧୫ ତାରିଖରୁ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଇ ଆସୁଛି । ଅଥଚ ବର୍ତ୍ତମାନ ସୁଦ୍ଧା ପୁରୀ ସହରର କୁମ୍ଭାରପଡ଼ା ସମେତ ବାସେଳି ସାହି, ହରଚଣ୍ଡି ସାହି, ମାର୍କଣ୍ଡେଶ୍ୱର ସାହି, ବାଲିସାହି, ଅବକାଶନଗର, ସୁଦର୍ଶନନଗର, ଗୁଣ୍ଡିଚା ବିହାର, ମାଟିଆପଡ଼ା ଆଦି ଅଞ୍ଚଳକୁ ବିଜୁଳିର ନାଁ ଗନ୍ଧ ନାହିଁ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଭିତ୍ତିଭୂମିର ପୁନରୁଦ୍ଧାର କାମ ଚାଲିଥିବାବେଳେ ବଳକା ଅଞ୍ଚଳକୁ ବିଜୁଳି ଯୋଗାଣ ୨୫ ତାରିଖ ସୁଦ୍ଧା ହେବ ବୋଲି କହିଛନ୍ତି ସେସୁ ଅଧିକାରୀ। ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ ଆଦି ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ସେବା ପ୍ରଦାନ ପାଇଁ ଉଦ୍ୟମ ଚାଲିଛି ବୋଲି ସେସୁ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।



from Odisha Reporter http://bit.ly/2LRzgD6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages