ୱାର୍ମଅପ୍ ମ୍ୟାଚରେ ଜିତିଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ୱାର୍ମଅପ୍ ମ୍ୟାଚରେ ଜିତିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ୍: ବିଶ୍ୱକପ୍ ଅନଅଫିସିଆଲ୍ ୱାର୍ମଅପ୍ ମ୍ୟାଚରେ ଅଷ୍ଟ୍ରେଲିଆ ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ୱିଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୪୬.୨ ଓଭରରେ ୨୨୯ ରନ୍ କରି ଅଲଆଉଟ୍ ହୋଇଥିଲା।

ଟିମ୍ ପକ୍ଷରୁ କାର୍ଲସ୍ ବ୍ରାଥୱେଟ୍ ସର୍ବାଧିକ ୬୦, ଏଭିନ୍ ଲୁଇସ୍ ୫୦, ଶାଇ ହୋପ୍ ୨୧, ସୁନୀଲ ଅମ୍ବ୍ରିସ୍ ୩୭, ଶିମରନ୍ ହେଟମାୟେର୍ ୧୧ ଓ ଫାବିଆନ୍ ଆଲେନ୍ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନେଥନ୍ କୁଲ୍ଟର-ନାଇଲ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ଅଷ୍ଟ୍ରେଲିଆ ମାତ୍ର ୩୮.୩ ଓଭରରେ ୩ ୱିକେଟ୍ ହରାଇ ୨୩୧ ରନ୍ କରି ବିଜୟୀ ହୋଇଥିଲା। ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ ୭୬ (୮୨ ବଲ୍, ୭ ଚୌକା, ୨ ଛକା), ଅଧିନାୟକ ଆରୋନ୍ ଫିଞ୍ଚ୍ ୪୨, ଡେଭିଡ୍ ୱାର୍ଣ୍ଣର୍ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଶନ୍ ମାର୍ଶ ୫୫ ଓ ମ୍ୟାକ୍ସୱେଲ୍ ୧୮ ରନ୍ କରି ଅପରାଜିତ ଥିଲେ। ଉସମାନ୍ ଖୱାଜା (୫) ରିଟାୟର୍ଡ ହର୍ଟ ହୋଇଥିଲେ। ୱିଣ୍ଡିଜ୍ ପକ୍ଷରୁ ବ୍ରାଥୱେଟ୍, ଓଶାନି ଥୋମାସ ଓ ରିଫର୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2JA3UPm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages