ଏଥର ମାଲାମାଲ୍ ହେବେ ବିଶ୍ୱକପ୍ ବିଜେତା ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଏଥର ମାଲାମାଲ୍ ହେବେ ବିଶ୍ୱକପ୍ ବିଜେତା ଟିମ୍

ଲଣ୍ଡନ: ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପ୍ ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି। ତେବେ ଏଥର ବିଜେତା ଟିମକୁ ଇତିହାସର ସବୁଠାରୁ ବଡ଼ ପୁରସ୍କାର ରାଶି ଅର୍ଥାତ୍ ୪ ମିଲିୟନ୍ ଆମେରିକୀୟ ଡଲାର୍ (୨୮ କୋଟି ଟଙ୍କା) ପ୍ରଦାନ କରାଯିବ। ଏହାଛଡ଼ା ୧୦ ଟିମ୍ ମଧ୍ୟରୁ ବିଜେତାଙ୍କୁ ସୁନ୍ଦର ଟ୍ରଫି ମଧ୍ୟ ପ୍ରଦାନ କରାଯିବ।

ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୦ ମିଲିୟନ୍ ଡଲାର୍ (ପାଖାପାଖି ୭୦ କୋଟି ଟଙ୍କା) ପୁରସ୍କାର ରାଶି ରଖାଯାଇଛି। ଏଥିରୁ ରନର୍ସଅପ୍ ଟିମକୁ ୨ ମିଲିୟନ ଡଲାର୍ (୧୪ କୋଟି ଟଙ୍କା) ଦିଆଯିବ। ସେମିଫାଇନାଲରେ ପରାଜିତ ଟିମକୁ ୮ଲକ୍ଷ ଡଲାର୍ (୫.୬୦ କୋଟି ଟଙ୍କା) ଲେଖାଏ ମିଳିବ। ଏହାଛଡ଼ା ସେହିପରି ପ୍ରତି ଲିଗ୍ ମ୍ୟାଚ୍ ବିଜେତା ଟିମକୁ ମଧ୍ୟ ଅର୍ଥ ରାଶି ମିଳିବ।

ଆଇସିସି ବିଶ୍ୱକପ୍ ପୁରସ୍କାର ରାଶି
ବିଜେତା: ୪ ମିଲିୟନ୍ ଡଲାର୍ (୨୮ କୋଟି ଟଙ୍କା)
ଉପବିଜେତା: ୨ ମିଲିୟନ୍ ଡଲାର୍ (୧୪ କୋଟି ଟଙ୍କା)
ସେମିଫାଇନାଲିଷ୍ଟ: ୮ ଲକ୍ଷ ଡଲାର୍ (୫.୬ କୋଟି ଟଙ୍କା)
ଲିଗ୍ ମ୍ୟାଚ୍ ବିଜେତା ଟିମ୍: ୪୦ହଜାର ଡଲାର୍ (୨୮ ଲକ୍ଷ ଟଙ୍କା)
ଲିଗ୍ ପର୍ଯ୍ୟାୟ ଅତିକ୍ରମ କରିଥିବା ଟିମ୍: ୧ ଲକ୍ଷ ଡଲାର୍ (୭୦ ଲକ୍ଷ ଟଙ୍କା)

ବିଶ୍ୱକପ୍ ଫାଇନାଲ୍ ଜୁଲାଇ ୧୪ ତାରିଖରେ ଲର୍ଡ୍ସରେ ଖେଳାଯିବ। ସେହିପରି ଦୁଇଟି ଯାକ ସେମିଫାଇନାଲ୍ ୯ ଜୁଲାଇରେ ମାଞ୍ଚେଷ୍ଟର ଏବଂ ୧୧ରେ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ୩୦ ତାରିଖରେ ଉଦଘାଟନୀ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ।

ଏଥର ମ୍ୟାଚ୍ ରାଉଣ୍ଡ ରବିନ୍ ଆଧାରରେ ଖେଳାଯିବ । ଅର୍ଥାତ୍ ପ୍ରତି ଟିମ୍ ପରସ୍ପର ବିରୋଧରେ ଖେଳିବେ। ଲିଗ ପର୍ଯ୍ୟାୟର ଶୀର୍ଷ ୪ ଟିମ୍ ମଧ୍ୟରେ ସେମିଫାଇନାଲ୍ ଏବଂ ପରେ ଫାଇନାଲ୍ ଅନୁଷ୍ଠିତ ହେବ।



from Odisha Reporter http://bit.ly/2HmTHTX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages