ଆହୁରି ବଢ଼ିବ ତାତି, ଆକାଶରୁ ବର୍ଷିବ ଅଗ୍ନି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଆହୁରି ବଢ଼ିବ ତାତି, ଆକାଶରୁ ବର୍ଷିବ ଅଗ୍ନି!

heat

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ତାତି ବଢ଼ିବାରେ ଲାଗିଛି। ଝାଞ୍ଜି ମାଡ଼କୁ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ତେବେ ଆସନ୍ତା ଗୋଟିଏ ସପ୍ତାହ ଯାଏ ଏହି ତାତିରୁ ନିସ୍ତାର ମିଳିବ ନାହିଁ। ବରଂ ଏହି ସମୟସୀମା ମଧ୍ୟରେ ପାରଦ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉପକକୂଳ ଓଡ଼ିଶାରେ ତାତି ବଢ଼ିବ ଓ ବେଳେ ବେଳେ ମଧ୍ୟ କମିବ ବୋଲି ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ମେ’ ୧୮ରୁ ୨୮ ତାରିଖ ମଧ୍ୟରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୩ରୁ ୪୬ ଡିଗ୍ରୀ ମଧ୍ୟରେ ରହିବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା ଓ କଳାହାଣ୍ଡିରେ ଅଧିକ ତାତି ଅନୁଭୂତ ହେବ। ‘ଫୋନି’ ବାତ୍ୟା ମାଡ଼ରେ ଘାଇଲା ହୋଇ ପଡ଼ିଥିବା ଉପକୂଳବାସୀ ତାତିରୁ ସାମାନ୍ୟ ନିସ୍ତାର ପାଇବାର ସମ୍ଭାବନା ରହିଛି। ମେ’ ୧୮ର ୨୨ ଯାଏ ଉପକୂଳ ଓଡ଼ିଶାର ଅଧିକାଂଶ ସହରର ତାପାମତ୍ରା ୩୮ ଡିଗ୍ରୀରୁ ୪୦ ଡିଗ୍ରୀ ମଧ୍ୟରେ ରହିବ। କିନ୍ତୁ ୨୩ରୁ ୨୯ ଯାଏ ଉପକୂଳ ଓଡ଼ିଶାର ତାପମାତ୍ରା ୪୦ରୁ ୪୩ ଡିଗ୍ରୀକୁ ବୃଦ୍ଧି ପାଇବ। ମଧ୍ୟାହ୍ନ ଏବଂ ଅପରାହ୍ନ ସମୟରେ ସମୁଦ୍ର ପଟୁ ପବନ ବହିବାର ସମ୍ଭାବନା ଥିବାରୁ ଉପକୂଳବାସୀ ତାତିରୁ ବର୍ତ୍ତି ଯାଇ ପାରନ୍ତି ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ।

ଅନ୍ୟପକ୍ଷରେ ଓଡ଼ିଶାରେ ଆସନ୍ତା ୨୯ ଯାଏ କାଳବୈଶାଖୀର ସମ୍ଭାବନା ରହିଛି। କିନ୍ତୁ ଏହା ତାପମାତ୍ରା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ସେହିପରି ଆସନ୍ତା ୧୦ ଦିନ ଯାଏ ବଙ୍ଗପୋସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter http://bit.ly/2YERpWp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages