
ନୂଆଦିଲ୍ଲୀ: ରାଜସ୍ଥାନ ସୀମା ବାରମେରରେ ପ୍ରଧାନମନ୍ତ୍ରୀ ଦେଇଥିବା ‘ପରମାଣୁ ବୋମା’ ମନ୍ତବ୍ୟ ଆଚରଣ ବିଧି ଉଲ୍ଲଂଘନ କରୁ ନାହିଁ। ଗୁରୁବାର ନିର୍ବାଚନ କମିଶନ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଏହାକୁ ମିଶାଇ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ନିର୍ବାଚନ କମିଶନ।
ଏପ୍ରିଲ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ବାରମେରରେ ରାଲି କରିଥିଲେ। ଯେଉଁଥିରେ ସେ କହିଥିଲେ ପାକିସ୍ତାନର ପରମାଣୁ ଆକ୍ରମଣକୁ ଡ଼ରିବାର ଆବଶ୍ୟକ ନାହିଁ। ପ୍ରତିଥର ପାକିସ୍ତାନ ପରମାଣୁ ବୋମାର ଧମକ ଦେଉଛି। ତେବେ ଭାରତ କ’ଣ ଦିପାବଳୀରେ ପରମାଣୁ ବୋମା ଫୁଟାଇବା ପାଇଁ ରଖିଛି କି ବୋଲି ଉପସ୍ଥିତ ଲୋକଙ୍କୁ ପ୍ରଶ୍ନ କରିଥିଲେ ମୋଦି।
ଏହାକୁ ନେଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ବାରମ୍ୱାର ପ୍ରଧାନମନ୍ତ୍ରୀ ଦେଶର ସେନା ଏବଂ ପ୍ରତିରକ୍ଷା ବିଭାଗରକୁ ନେଇ ‘ଅଲାଜୁକ’ ଭାବରେ ମନ୍ତବ୍ୟ ଦେଉଥିବା କଂଗ୍ରେସ କହିଥିଲା। ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଉଲ୍ଲଂଘନ କରୁଥିବା ଅଭିଯୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲା କଂଗ୍ରେସ।
ଏହାପରେ ବାରମେର ଲୋକସଭା ଆସନର ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଥିଲେ ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟର ୧୦ ପୃଷ୍ଠାର ଉଦବୋଧନକୁ ବାରମେର ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ପରେ ମୋଦିଙ୍କ ସମସ୍ତ ଭାଷଣକୁ ପରୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ନିର୍ବାଚନ କମିଶନ।
from Odisha Reporter http://bit.ly/2Y5xX4v
No comments:
Post a Comment