‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ; ପୁରୀରେ ୧୭୫ କିମି ବେଗରେ ବହୁଛି ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ; ପୁରୀରେ ୧୭୫ କିମି ବେଗରେ ବହୁଛି ପବନ

puri

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ଆଖପାଖ ଅଞ୍ଚଳରେ ହିଁ ଏହା ଲ୍ୟାଣ୍ଡଫଲ୍ କରିବ। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପୁରୀରେ ଏବେ ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି। ଆଗକୁ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। କାରଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିପାରେ। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଆକଳନ କରିଥିଲା ଯେ ଘଣ୍ଟାପ୍ରତି ଏଠାରେ ପବନର ବେଗ ୧୭୦ ରୁ ୧୮୦ କିମି ରହିଛି।

ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସୁଛି। ବର୍ଷା ହେଉଛି। ସହରର କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବର୍ଷା ସାଙ୍ଗକୁ ପବନ ବହୁଛି। ଚିଲିକାରେ ପବନର ବେଗ ଘଣ୍ଟାପ୍ରତି ୯୦ କିମି ରହିଛି।



from Odisha Reporter http://bit.ly/2GYKSj1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages