‘ଜୁନ ୧୭ ସୁଦ୍ଧା ସରିବ ‘ଫୋନି’ ଦ୍ୱାରା ପ୍ରଭାବିତ ଶ୍ରୀମନ୍ଦିରର ମରାମତି କାମ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

‘ଜୁନ ୧୭ ସୁଦ୍ଧା ସରିବ ‘ଫୋନି’ ଦ୍ୱାରା ପ୍ରଭାବିତ ଶ୍ରୀମନ୍ଦିରର ମରାମତି କାମ’

jagannathtemple

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ ୧୭ ତାରିଖ ସୁଦ୍ଧା ଶେଷ ହେବ ‘ଫୋନି’ ଦ୍ୱାରା ପ୍ରଭାବିତ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ। ଆଜି ଶ୍ରୀମନ୍ଦିର ପରିଦର୍ଶନରେ ଯାଇ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ‘ଫୋନି’ରେ ଶ୍ରୀମନ୍ଦିରରେ କ୍ଷତିଗ୍ରସ୍ତ ହୋଇଥିବା ଜୟବିଜୟ ଦ୍ୱାର ବୁଲି ଦେଖିଥିଲେ। ଏଥିସହ ନବୀନ ବେଢ଼ା ପରିକ୍ରମା ପରେ କ୍ଷୟକ୍ଷତି ନେଇ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି,“ବାତ୍ୟାରେ ଭାଙ୍ଗିଥିବା ଜୟ ବିଜୟ ମୂର୍ତ୍ତିର ପୁନଃନିର୍ମାଣ ହେବ। ଭାଙ୍ଗି ଯାଇଥିବା ୨ଟି ସିଂହମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇ ସାରିଛି। ଗୁଣ୍ଡିଚା ମନ୍ଦିରର କ୍ଷୟକ୍ଷତି ନେଇ ଆଜି ବୈଠକରେ ଆଲୋଚନା ହୋଇଛି।”



from Odisha Reporter http://bit.ly/2wfqVyB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages