୪୦ ଡିଗ୍ରୀ ଡେଇଁଲା ଭୁବନେଶ୍ୱର ଓ କଟକର ତାପମାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

୪୦ ଡିଗ୍ରୀ ଡେଇଁଲା ଭୁବନେଶ୍ୱର ଓ କଟକର ତାପମାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ଆଜି ୪୫.୮ ଡିଗ୍ରୀ ରହିଛି।

ତାତିରୁ ନିସ୍ତାର ପାଇନି ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। ଏଠାରେ ତାପମାତ୍ରା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ୪୫.୮ ଡିଗ୍ରୀ, ବଲାଙ୍ଗିରରେ୪୫.୫ ଡିଗ୍ରୀ, ସମ୍ବଲପୁରରେ ୪୪.୬ ଡିଗ୍ରୀ, ସୋନପୁରରେ ୪୪.୨ ଡିଗ୍ରୀ, ହୀରାକୁଦରେ ୪୪.୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଭବାନୀପାଟଣାରେ ୪୨.୮ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ମାଲକାନଗିରି ଓ ସୁନ୍ଦରଗଡ଼ରେ ୪୨ ଡିଗ୍ରୀ, ଫୁଲବାଣୀରେ ୪୧.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୫ ଡିଗ୍ରୀ, ଭୁବନେଶ୍ୱରରେ ୪୦.୨ ଡିଗ୍ରୀ, କଟକର ତାପମାତ୍ରା ୪୦ ଡିଗ୍ରୀ ରହିଛି।

ଗରମ ଓ ଗୁଳୁଗୁଳିରେ ରାଜ୍ୟ ସିଝୁଥିବା ବେଳେ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପ୍ରବେଶ କରିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ପୂରା ଆଣ୍ଡାମାନକୁ ଆଚ୍ଛାଦିତ କରିବ। କିଛି ଦିନ ଭିତରେ ମୌସୁମୀ କେରଳ ଛୁଇଁବ। ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।



from Odisha Reporter http://bit.ly/2Qd337F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages