କେସିଆରଙ୍କ ଝିଅଙ୍କ ପରାଜୟ ପଛରେ ୧୭୯ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

କେସିଆରଙ୍କ ଝିଅଙ୍କ ପରାଜୟ ପଛରେ ୧୭୯ ଚାଷୀ

ହାଇଦ୍ରାବାଦ୍‌: ରୟତୁ ବନ୍ଧୁ ଯୋଜନା ଜରିଆରେ ସାରା ଦେଶକୁ କୃଷି କଲ୍ୟାଣକାରୀ ଯୋଜନାର ବାଟ ଦେଖାଇଥିବା ଦାବି କରିଆସୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଖୋଦ୍‌ ଚାଷୀମାନେ ହିଁ ହରାଇଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା କଲୱାକୁନ୍ତଲାରେ ନିର୍ବାଚନ ହାରିଛନ୍ତି। ଯଦିଓ କବିତାଙ୍କ ପ୍ରତିପକ୍ଷ ବିଜେପିର ଅରବିନ୍ଦ ଧର୍ମପୁରୀଙ୍କର ବିଜୟ ହୋଇଛି, ଏହାପଛରେ ୧୭୯ ଜଣ ହଳଦୀ ଏବଂ ଯଅ (Jowar) ଚାଷୀଙ୍କ ମେଳିର ବଡ଼ ଭୂମିକା ରହିଛି।

ନିର୍ବାଚନ ପୂର୍ବରୁ ହିଁ ତେଲେଙ୍ଗାନାର ନିଜାମାବାଦ୍‌ରେ ଶହଶହ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଏମ୍‌ଏସ୍‌ପିରେ ସୁଧାର ସହ ହଳଦୀ ପାଇଁ ସ୍ୱତନ୍ତ୍ର ବୋର୍ଡ ଦାବିରେ ଆନ୍ଦୋଳନ କରିଥିଲେ। ଏହା ଫଳପ୍ରଦ ନହେବାରୁ ଚାଷୀମାନେ ନିର୍ବାଚନରେ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ।

କେହି କିନ୍ତୁ ଜାଣି ନଥିଲେ ଏହି ଅଭିନବ ଉପାୟର ନିର୍ବାଚନ ଉପରେ ଏଭଳି ବଡ଼ ପ୍ରଭାବ ରହିବ। ଏଠାରୁ ସାଂସଦ ଥିବା କବିତା ଏଥର ପରାଜୟ ବରଣ କରିବା ପଛରେ ଏହି ଚାଷୀମାନଙ୍କର ଆନ୍ଦୋଳନର ପ୍ରଭାବ ରହିଥିବା କୁହାଯାଉଛି। ମୋଟ ୧୮୬ ଜଣ ଏହି ଆସନରୁ ଲଢ଼ୁଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ବିଭିନ୍ନ ଦଳର ଟିକେଟରେ ଏବଂ ୧୭୯ ଜଣ ଚାଷୀ ସ୍ୱାଧୀନଭାବରେ ଲଢ଼ୁଥିଲେ।

ବଜେପିର ଅରବିନ୍ଦ କବିତାଙ୍କୁ ୭୦,୮୭୫ ଭୋଟ୍‌ରେ ହରାଇଥିଲେ। ଅପରପକ୍ଷେ ୧୭୯ ଜଣ ଯାକ ଚାଷୀ ପ୍ରାର୍ଥୀ ମୋଟ ୯୮,୭୨୩ ଭୋଟ୍‌ ପାଇଥିଲେ। ଏଭଳି ଭାବରେ କବିତାଙ୍କ ପାଇଁ ଥିବା ଭୋଟ୍‌ ସେମାନେ ହାତେଇନେଇଥିଲେ। ବିଜେପି ଏହି ଆସନରେ ବିଜୟ ସହ ତେଲେଙ୍ଗାନାରେ ୪ଟି ଆସନ ଜିତି ନିଜର ଦବ୍‌ଦବା ଦେଖାଇପାରିଛି, ଯାହାକି ଏଠାରେ ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ସହାୟକ ହେବ।



from Odisha Reporter http://bit.ly/2X8tKwT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages