ଗୋଟିଏ ଭୁଲ୍ ପାଇଁ ଶିଶୁପାଳ ହୋଇ ଫେରିଲେ ସୁରେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 13, 2019

ଗୋଟିଏ ଭୁଲ୍ ପାଇଁ ଶିଶୁପାଳ ହୋଇ ଫେରିଲେ ସୁରେନ୍ଦ୍ର

marriage

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବରଯାତ୍ରୀ କନ୍ୟାଘରେ ପହଞ୍ଚି ସାରିଥିଲେ। ଭୋଜିଭାତ ବି ଶେଷ ହୋଇ ଯାଇଥିଲା। ତେବେ ବର ଯେତେବେଳେ ବେଦୀ ଉପରକୁ ଗଲା, ସେତେବେଳେ ସବୁ ଗଡ଼ବଡ଼ ହୋଇଗଲା। ମଦ ନିଶାରେ ଟଳମଳ ହୋଇ ବର ବେଦୀକୁ ଯାଇଥିଲା। ବେଦୀରେ ସେ ଠିକ୍‌ରେ ବସି ବି ପାରୁ ନଥିଲା ଓ ମଝିରେ ମଝିରେ ଖସି ପଡ଼ୁଥିଲା। ବରର ଏପରି ଅବସ୍ଥା ଦେଖି କନ୍ୟା ବେଦୀରୁ ଉଠି ଯାଇଥିଲା ଓ ବାହା ହେବାକୁ ମନା କରି ଦେଇଥିଲା। ଶେଷରେ ବର ଶିଶୁପାଳ ହୋଇ ଫେରିଥିଲା। ରବିବାର ଦିନ ଏମିତି ଏକ ଘଟଣା ଘଟିଯାଇଛି, ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ୍ ଗୋବର୍ଦ୍ଧନ ବଡ଼ମାଲ ଗାଁରେ।

ଗାଁର ଭିକ ଭୁଏଙ୍କ ଝିଅ ମମତାଙ୍କର ବାହାଘର ନାକଟିଦେଉଳ ବ୍ଲକ୍ ଅଞ୍ଚଳର ସୁରେନ୍ଦ୍ରଙ୍କ ସହିତ ଠିକ୍‌ ହୋଇଥିଲା। ନିର୍ଦ୍ଧାରିତ ତିଥିରେ ସୁରେନ୍ଦ୍ର ବନ୍ଧୁବାନ୍ଧବଙ୍କୁ ସାଥୀରେ ନେଇ ଝିଅ ଘରେ ପହଞ୍ଚିଥିଲେ। ତେବେ ବାହା ହେବାକୁ ଆସିଥିବା ସୁରେନ୍ଦ୍ର ନିଜେ ମଦ ପିଇ ଦେଇଥିଲେ। ସେ ଏତେ ମଦ ପିଇଥିଲେ ଯେ ତାଙ୍କର ଆଉ ହୋସ୍ ନଥିଲା। ସେ କ’ଣ କହୁଥିଲେ, ସେ ନିଜେ ବି ଜାଣିପାରୁ ନଥିଲେ।  ତାଙ୍କର ଏପରି ଅବସ୍ଥା ଦେଖି ମମତା ବାହା ହେବେନି ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ। ଏହା ପରେ ଜାତିଭାଇଙ୍କ ଉପସ୍ଥିତିରେ ଏ ବାହାଘରକୁ ବନ୍ଦ କରାଯାଇଥିଲା।

ସୂଚନା ଅନୁଯାୟୀ, ନିଶା ଭାଙ୍ଗିବା ପରେ ସୁରେନ୍ଦ୍ର ବାହା ହେବା ପାଇଁ ମମତାଙ୍କୁ ଅନୁରୋଧ କରିଥିଲେ। ତେବେ ସେ ଆଦୌ ରାଜି ହୋଇ ନଥିଲେ। ଜାତିଭାଇ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ମମତାଙ୍କ ଏହି ସାହସିକତାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜାତିଭାଇ ପ୍ରଶଂସା କରିଛନ୍ତି।



from Odisha Reporter http://bit.ly/30fOMvE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages