ସନ୍ନିଙ୍କ ବିବାହକୁ କାହିଁକି ଲୁଚାଇ ରଖାଯାଇଥିଲା, ଜାଣିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 13, 2019

ସନ୍ନିଙ୍କ ବିବାହକୁ କାହିଁକି ଲୁଚାଇ ରଖାଯାଇଥିଲା, ଜାଣିଛନ୍ତି

ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମି କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍‌କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ ଡିମ୍ପଲ କାପାଡିଆଙ୍କ ଲଭ୍‌ ଲାଇଫ୍‌କୁ ନେଇ ବେଳେବେଳେ ଗସିପ୍‌ ଜୋର ଧରେ। କିନ୍ତୁ ତାଙ୍କ ମ୍ୟାରେଜ, ସ୍ତ୍ରୀ, ପିଲାଙ୍କ ବିଷୟରେ ବହୁ କମ୍‌ ଆଲୋଚନା ହୁଏ ।

ସନ୍ନି ‘ବେତାବ’ ଫିଲ୍ମ ଜରିଆରେ ୧୯୮୩ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ। ସେଥିରେ ତାଙ୍କ ସହ ସ୍କ୍ରିନ୍‌ ଶେଆର କରିଥିଲେ ଅମ୍ରିତା ସିଂ। ଏଥିରେ ସନ୍ନିଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ସୁପରହିଟ୍‌ ମଧ୍ୟ ହୋଇଥିଲା।  ଏହା ପର ବର୍ଷ ଅର୍ଥାତ ୧୯୮୪ ମସିହାରେ ସନ୍ନିଙ୍କ ବିବାହ ସମ୍ପନ୍ନ ହୋଇଯାଇଥିଲା। କାଳେ ପୁଅର ରୋମାଣ୍ଟିକ ଇମେଜ ଖରାପ ହୋଇଯିବ ଓ ଷ୍ଟାରଡମ ଉପରେ ପ୍ରଭାବ ପଡ଼ିବ ଏହାକୁ ଆଖି ଆଗରେ ରଖି ପରିବାର ପକ୍ଷରୁ ସନ୍ନିଙ୍କ ବିବାହକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥିଲା।

ଲଣ୍ଡନରେ ରହୁଥିବା ପୂଜା ଦେଓଲଙ୍କୁ ସନ୍ନି ବିବାହ କରିଥିଲେ। ପୂଜାଙ୍କ ସେପରି କିଛି ଫଟୋ ସୋଶାଲ ମିଡ଼ିଆରେ ମହଜୁଦ ନାହିଁ। ସେ ସମୟରେ ଉଭୟଙ୍କ ବିବାହ ସମ୍ପର୍କୀତ ଏକ ଫଟୋ ୟୁକେର ଏକ ମାଗାଜିନର କଭର ପେଜରେ ପ୍ରକାଶ ପାଇଥିଲା।  ସନ୍ନି ଓ ପୂଜାଙ୍କ ୨ ପୁଅ କରନ ଓ ରାଜବୀର ଅଛନ୍ତି। ସନ୍ନିଙ୍କ ବଡ଼ ପୁଅ ବଲିଉଡ଼ରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଉଭୟ ଇନଷ୍ଟାଗ୍ରାମରେ ଖୁବ୍‌ ଆକ୍ଟିଭ ରହୁଥିବା ବେଳେ ମଦର୍ସ ଡେରେ କରନ ଭାଇ ଓ ମା’ଙ୍କ ସହ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜ ମା’ଙ୍କୁ ‘ମଦର୍ସ ଡେ’ର ଅଭିନନ୍ଦନ ଜଣାଇବା ସହ ତାଙ୍କ ଜୀବନରେ ମା’ଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଇମୋଶନାଲ ପୋଷ୍ଟ କରିଛନ୍ତି।

ସନ୍ନିଙ୍କ ବିବାହକୁ ନେଇ ଆଲୋଚନା ହୁଏ ଯେ, ସେ ସମୟରେ ବିଜନେସ ଏଗ୍ରିମେଣ୍ଟ ପରି ଏହାକୁ ଖୁବ୍‌ ଲୁଚାଇ ରଖାଯାଇଥିଲା। ଷ୍ଟାରଡ଼ମ୍‌ର ସ୍ୱାଦ ଚାଖି ସାରିଥିବା ବଲିଉଡ଼ର ହିମ୍ୟାନ ଧର୍ମେନ୍ଦ୍ର ଚାହୁଁ ନ ଥିଲେ ବଲିଉଡ଼ରେ ଏଣ୍ଟ୍ରି କରୁ କରୁ ପୁଅର ବିବାହ ଖବର ପ୍ରଚାରିତ ହେଉ। ଏହା ତାଙ୍କ ଫିଲ୍ମି କ୍ୟାରିଅରକୁ ପ୍ରଭାବିତ କରିଥାନ୍ତା ବୋଲି ତାଙ୍କର ଧାରଣା ଥିଲା।

ଏହି କାରଣରୁ ବିବାହ ପରେ ମଧ୍ୟ ପୂଜା ବହୁ ଦିନ ପର୍ଯ୍ୟନ୍ତ ଭାରତ ନ ଆସି ଲଣ୍ଡନରେ ରହିଥିଲେ।  ସନ୍ନି ତାଙ୍କୁ ଦେଖା କରିବାକୁ ବରାବର ସେଠାକୁ ଯାଉଥିଲେ। ଯେତେବେଳେ ମିଡ଼ିଆରେ ଏହି ଖବର ଜୋର ଧରିଲା, ସେତେବେଳେ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ।



from Odisha Reporter http://bit.ly/2VmKXRw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages