ସେମାନଙ୍କୁ ଧନ୍ୟବାନ: ଟ୍ରଲ୍‌ ହେବା ପରେ ଏପରି କହିଲେ ଏମପି ନୁସରତ ଜହାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ସେମାନଙ୍କୁ ଧନ୍ୟବାନ: ଟ୍ରଲ୍‌ ହେବା ପରେ ଏପରି କହିଲେ ଏମପି ନୁସରତ ଜହାଁ

ନୂଆଦିଲ୍ଲୀ: ଚଳିତ ଥର ସଂସଦରେ ସାମିଲ ହୋଇଥିବା ନୂଆ ମୁହଁଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ୨ ଜଣ ବେଶ୍‌ ଚର୍ଚ୍ଚିତ ହୋଇ ପଡିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଓ ନୁସରତ ଜହାଁ। ଖୁବ୍‌ କମ୍‌ ବୟସରେ ଗ୍ଲାମର ଦୁନିଆର ଏହି ୨ ହିରୋଇନ ପାର୍ଲାମେଣ୍ଟ ଅଧିବେଶନରେ ପ୍ରଥମ ଥର ଯୋଗ ଦେବାକୁ ଦିଲ୍ଲୀରେ ଅଛନ୍ତି। ଏଥିଲାଗି ସେମାନେ ବେଶ୍‌ ଖୁସି ଓ ଉତ୍ସାହିତ  ହୋଇ ପଡିଛନ୍ତି । ଆଉ ସଂସଦ ସମ୍ମୁଖରେ ପହଞ୍ଚିଥିବା ବେଳେ ବେଶ୍‌ ଉତ୍ସାହିତ ହୋଇ ଫଟୋ ଉଠାଇ ସୋଶାଲ ମିଡିଆରେ ଅପଲୋଡ କରିଥିଲେ। କିନ୍ତୁ ଏହାକୁ ନେଇ ଉଭୟ ସୋଶାଲ ମିଡିଆରେ ଖୁବ୍‌ ଟ୍ରଲ୍‌ ହୋଇଛନ୍ତି।

ଟ୍ରଲ୍‌ର ଶିକାର ହେବା ପରେ ପ୍ରଥମ ଥର  ଲାଗି ନବନିର୍ବାଚିତ ଟିଏମସି ଏମପି ନୁସରତ ଜହାଁ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏଥିନିମନ୍ତେ ସେ ଟ୍ରଲ୍‌ କରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋ ଫଟୋ, ଭିଡିଓ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଲୋକେ ମୋତେ ପସନ୍ଦ କରୁଥିବାରୁ  ନିଜ ଟାଇମ୍‌  ଖର୍ଚ୍ଚ କରି ମୋତେ ଦେଖୁଛନ୍ତି। ସେଥିପାଇଁ ଟ୍ରଲ୍‌ ହେଉଥିବା ସତ୍ତ୍ୱେ ମୁଁ ବହୁତ ଖୁସି ଅଛି।

ସାଂସଦ ମିମି ଓ ନୁସରତଙ୍କୁ ନିଜ ଗେଟଅପ୍‌ ଓ କଷ୍ଟ୍ୟୁମ୍‌ ଲାଗି ଟ୍ରଲ୍‌ର ଶିକାର ହେବାକୁ ପଡୁଛି। ଗଣତନ୍ତ୍ରର ପବିତ୍ର ମନ୍ଦିରକୁ  ଏପରି କଷ୍ଟ୍ୟୁମ୍‌ ପିନ୍ଧି ଆସି ଫଟୋ ଲାଗି ଭଳିକି ଭଳି ପୋଜ ଦେବାକୁ ବହୁ ଲୋକ ନାପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି- ବସିରହାଟ ବାସିନ୍ଦା ଏପରି ଜଣଙ୍କୁ ପ୍ରତିନିଧୀ କରି ପଠାଇ ତୁମେମାନେ ସଂସଦର ମଜା ଉଡାଇଲ।

ଆଉ ଜଣେ ବ୍ୟକ୍ତି ଏହା ଦେଶର ସଂସଦ ନା ଫ୍ୟାଶନ ଶୋ ବୋଲି ପ୍ରଶ୍ନ ପଚାରିଛନ୍ତି। ଜଣେ ଲେଖିଛନ୍ତି ସଂସଦ ଫଟୋ ଷ୍ଟୁଡିଓ ନୁହେଁ। ଆପଣମାନେ ଫର୍ମାଲ ଡ୍ରେସ୍‌ ପିନ୍ଧି ଶାଳିନତା ରକ୍ଷା କରିବା ଉଚିତ। ଏପରି ଜାଗାକୁ ଆସିଲେ ଭାରତୀୟ ପରିଧାନ ପିନ୍ଧିବାକୁ ସେମାନଙ୍କୁ ଜଣେ ଉପଦେଶ ଦେଇଛନ୍ତି। ଆପଣମାନେ ସଂସଦକୁ  ଡ୍ରାମା କରିବାକୁ ନା ଫିଲ୍ମର ପ୍ରମୋଶନ କରିବାକୁ ଆସୁଛନ୍ତି କି?   ଏଠାକୁ ଆପଣ  ଲୋକଙ୍କ ସମସ୍ୟା ଉପସ୍ଥାପିତ କରିବାକୁ ଆସିଛନ୍ତି। ହେଲେ ଉଭୟଙ୍କ ଫଟୋକୁ କିଛି ବ୍ୟକ୍ତି ପସନ୍ଦ ମଧ୍ୟ କରିଛନ୍ତି।



from Odisha Reporter http://bit.ly/2Kf7Lky

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages