ମନ୍ତ୍ରିପଦ ବଣ୍ଟନରେ ଗୁରୁତର ତ୍ରୁଟି: ଦିନରେ ପ୍ରଫୁଲ୍ଲ, ରାତିରେ ଦିବ୍ୟଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମନ୍ତ୍ରିପଦ ବଣ୍ଟନରେ ଗୁରୁତର ତ୍ରୁଟି: ଦିନରେ ପ୍ରଫୁଲ୍ଲ, ରାତିରେ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲଗାତର ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ୨୦ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ ପରେ ନୂଆ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିଲା। ହେଲେ ରାଜ୍ୟରେ ମନ୍ତ୍ରିପଦ ବଣ୍ଟନରେ ସାମ୍ନାକୁ ଆସିଛି ଗୁରୁତର ତୃଟି। ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲଂଘନ କରି ଜଣେ କ୍ୟାବିନେଟ୍ ପାହ୍ୟାମନ୍ତ୍ରୀଙ୍କୁ ଗୃହ ରାଷ୍ଟ୍ର ବିଭାଗ ଦାୟିତ୍ୱ ଦେବା ଏବଂ ପରବର୍ତ୍ତୀ ସମୟରେ ତୃଟି ସୁଧାରିବା ପଛରେ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।

ଗତକାଲି କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଥିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ, କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଅନ୍ୟ ଏକ ବିଭାଗରେ ରାଷ୍ଟ୍ରମନ୍ତ୍ରୀ ହୋଇପାରିବେ ନାହିଁ। ଅଥଚ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପଦ ପାଇଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ରାଷ୍ଟ୍ର ମନ୍ତ୍ରୀ ପଦ ଦିଆଯାଇଥିଲା। ଏନେଇ ଦୃଷ୍ଟି ଗୋଚର ହେବାପରେ ରାତିରେ ତାହା ପୁଣି ପରିବର୍ତ୍ତନ କରି ପୂର୍ବରୁ ୩ଟି ବିଭାଗର ମନ୍ତ୍ରୀ ପଦ ପାଇଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ ତରବରିଆ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଥିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥା ସମ୍ପର୍କରେ ଜାଣି ମଧ୍ୟ କାହିଁକି ଏଭଳି ଗୁରୁତର ଭୁଲ୍ କରାଯାଇଥିଲା ? ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପଛରେ କିଏ ଥିଲେ ? ସଂସଦୀୟ ବ୍ୟାପାର ନା ଅନ୍ୟ କେହି ବରିଷ୍ଠ ଅଫିସର ? ସେନେଇ ଏବେ ନାନା ପ୍ରଶ୍ନ ଉଠିଛି ।



from Odisha Reporter http://bit.ly/2JPjNSa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages