ବିଶ୍ୱକପ୍ ପାଇଁ ଏହି ଟିମକୁ ଫେଭରିଟ୍ କହିଲେ ଗାଭାସ୍କର କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ବିଶ୍ୱକପ୍ ପାଇଁ ଏହି ଟିମକୁ ଫେଭରିଟ୍ କହିଲେ ଗାଭାସ୍କର କହିଲେ

ନୂଆଦିଲ୍ଲୀ: ବିଶ୍ୱକପ୍ ପାଇଁ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ମତରେ ଆୟୋଜକ ଇଂଲଣ୍ଡ ପ୍ରଥମଥର ବିଶ୍ୱ ବିଜେତା ହୋଇପାରେ। ଗାଭାସ୍କର କହିଛନ୍ତି, ୨୦୧୫ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଇଂଲଣ୍ଡ ଟିମରେ ଅନେକ ପରିବର୍ତ୍ତନ ଘଟିଛି।

ବର୍ତ୍ତମାନର ଇଂଲଣ୍ଡ ଟିମ୍ ଏବଂ ପୂର୍ବ ଟିମ୍ ମଧ୍ୟରେ ଅନେକ ତଫାତ୍ ଅଛି। ଏହି କାରଣରୁ ଇଂଲଣ୍ଡ ମୋ ଫେଭରିଟ୍ ଟିମ୍। ସେମାନଙ୍କ ଖେଳିବାର ଶୈଳୀ ବଦଳି ଯାଇଛି। ନିକଟରେ ଆୟୋଜକ ଟିମର ପ୍ରଦର୍ଶନ ବେଶ୍ ଭଲ ରହିଛି। ଏହାଛଡ଼ା ଇଂଲଣ୍ଡକୁ ସମର୍ଥନ କରିବାର କାରଣ ମଧ୍ୟ ରହିଛି। ଗତ ଦୁଇଟି ବିଶ୍ୱକପରେ ଦେଖିବାକୁ ମିଳିଛି ଯେ, ଆୟୋଜକ ଟିମ୍ ହିଁ ଟାଇଟଲ୍ ଜିତିଛି।

୨୦୧୫ରେ ଅଷ୍ଟ୍ରେଲିଆ ଏବଂ ୨୦୧୧ରେ ଭାରତ ଚାମ୍ପିଅନ୍ ହୋଇଥିଲା। ତେଣୁ ମୋ ମତରେ ଇଂଲଣ୍ଡ ଫେଭରିଟ୍, କିନ୍ତୁ କ୍ରିକେଟରେ କିଛି ବି ହୋଇପାରେ, କାରଣ ଅନ୍ୟ ଟିମ୍ ଗୁଡ଼ିକ ମଧ୍ୟ ଭଲ କ୍ରିକେଟ୍ ଖେଳୁଛନ୍ତି ବୋଲି ଗାଭାସ୍କର କହିଛନ୍ତି। ଇଂଲଣ୍ଡ ବ୍ୟତୀତ ଭାରତ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜକୁ ମଧ୍ୟ ଗାଭାସ୍କର ବିଶ୍ୱକପ୍ ଦାବିଦାର ବୋଲି କହିଛନ୍ତି।



from Odisha Reporter http://bit.ly/2H4zFgQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages