ପେଟପାଟଣା ଉପରେ ବି ଲାତ ମାରିଛି ଫୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ପେଟପାଟଣା ଉପରେ ବି ଲାତ ମାରିଛି ଫୋନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ଲୋକଙ୍କ ଜୀବନ ଯାତ୍ରା ନୁହେଁ। ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି  ଫୋନି । ଏପଟେ ଘରଦ୍ୱାର ସମ୍ଭାଳିବେ ନା ସେପଟେ ବ୍ୟବସାୟ। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି ତ’ ଆଉ କାହାର ଛପର ଉଡ଼ିଯାଇଛି।

ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ବ୍ୟବସାୟୀମାନେ ନାଚାର । କେଉଁଠି ଦୋକାନ ଘର ଉପରେ ଗଛ ପଡ଼ିଛି, ତ’ ଆଉ କେଉଁଠି ବିଦ୍ୟୁତ୍‌ ତାର ଓ ଖୁଣ୍ଟ ଉପୁଡ଼ି ପଡ଼ିଛି।

ପୁଣି ଆଉ କାହାର ପୁରା ଦୋକାନ ଭୁଶୁଡ଼ି ପଡ଼ିଛି । ଅନେକ କ୍ୟାବିନ୍ ଅଣଚାଶ ପବନରେ ନିଶ୍ଚିହ୍ନ ହୋଇଯାଇଛି। ଫୋନି ଦାଉ ସାଧିବା ପରେ, ଅନେକ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପୁଣିଥରେ ଅଣ୍ଟା ସଳଖି ଛିଡ଼ା ହେବା କାଠିକର ପାଠ ହୋଇଯାଇଛି।



from Odisha Reporter http://bit.ly/2UZTgTn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages