ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନ ୧୨.୨୩ରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଜଗନ ମୋହନ ରେଡ୍ଡୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ହଠାତ ୟୁ-ଟର୍ଣ୍ଣ ନେଇଛନ୍ତି। ଉଭୟ ନରେନ୍ଦ୍ର ମୋଦିଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ହେଲେ ଆଜି ଅପରାହ୍ନରେ ଉଭୟ ନିଷ୍ପତ୍ତି ବଦଳାଇ ଦେଇଛନ୍ତି।
ଆଜି ଜଗନ ମୋହନଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବା ପାଇଁ କେସିଆର ବିଜୟୱାଡ଼ା ଆସିଥିଲେ। ସେଠାରେ ଉଭୟ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। କୁହାଯାଉଥିଲା ଉଭୟ ଏକାଠି ଗୋଟିଏ ବିମାନରେ ଦିଲ୍ଲୀ ଯାଇ ମୋଦିଙ୍କ ଶପଥପାଠ ଉତ୍ସବରେ ଯୋଗଦେବେ। ହେଲେ ଜଗନଙ୍କ ଶପଥ ପାଠ ଉତ୍ସବ ପରେ କେସିଆର୍ ଦିଲ୍ଲୀ ବଦଳରେ ହାଇଦ୍ରାବାଦ୍ ଚାଲି ଯାଇଛନ୍ତି।
ସେହିପରି ଜଗନ ମଧ୍ୟ ମୋଦିଙ୍କ ଶପଥ ପାଠ ଉତ୍ସବକୁ ଯିବେ ନାହିଁ ବୋଲି ଜଣାପଡ଼ିଛି। ତେବେ ଶେଷ ମୁହୂର୍ତ୍ତରେ ଉଭୟ ନେତା କାହିଁକି ନିଜର ମତ ପରିବର୍ତ୍ତନ କଲେ ତାହା ଜଣାପଡ଼ିନାହିଁ। ଏହାପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ ମୋଦିଙ୍କ ଶପଥ ସମାରୋହକୁ ଯିବେ ନାହିଁ ବୋଲି କହିଥିଲେ।
ସେହିପରି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମାନ ନୀତି ଆପଣାଇଥିଲେ।
from Odisha Reporter http://bit.ly/2WBuqOi
No comments:
Post a Comment