ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରହିବେ ଏହିସବୁ ସାଂସଦ, ଧର୍ମେନ୍ଦ୍ର ଓ ପ୍ରତାପଙ୍କୁ ମିଳିପାରେ ମନ୍ତ୍ରୀ ପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରହିବେ ଏହିସବୁ ସାଂସଦ, ଧର୍ମେନ୍ଦ୍ର ଓ ପ୍ରତାପଙ୍କୁ ମିଳିପାରେ ମନ୍ତ୍ରୀ ପଦ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ, ତା’ହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ମୋଦି ପାର୍ଟ-୧ ସରକାରରେ ମନ୍ତ୍ରୀ ଥିବା ଏକାଧିକ ସାଂସଦ ମୋଦି-୨ରେ ମଧ୍ୟ ରହିବେ। ଏବେ ପିଏମଓଙ୍କ ଅଫିସରୁ ଜଣଙ୍କ ପରେ ଜଣେ ନେତାଙ୍କୁ ଫୋନ ଯିବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ମୋଦି-୧ ସରକାରରେ ଥିବା ନୀତୀନ ଗଡ଼କରୀ, ଡିଭି ସଦାନନ୍ଦ ଗୌଡ଼ା, ଧର୍ମେନ୍ଦ୍ର ପ୍ରଧାନ, ମୁକ୍ତାର ଆବ୍ବାସ ନକଭୀ, ଗିରିରାଜ ସିଂହ, ବାବୁଲ ସୁପ୍ରିୟୋ ଓ ଶିରୋମଣି ଅକାଳୀ ଦଳର ହର୍ସିମିରତ କୌର ବାଦଲଙ୍କ ଭଳି ସାଂସଦମାନେ ପୁଣି ମୋଦି-୨ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସେହିପରି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପିଏମଓରୁ ଫୋନ ଯାଇଥିବା ଜଣାପଡ଼ିଛି। ତେଣୁ ଏମାନେ ମନ୍ତ୍ରୀ ହେବେ ବୋଲି କୁହାଯାଉଛି।

ଗଡ଼କରୀ ୨୦୧୪ରେ ପରିବହନ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ସେ ୨୦୧୯ ନିର୍ବାଚନରେ ନାଗପୁର ଆସନରୁ ଲଢ଼ି ବିଜୟୀ ହୋଇଛନ୍ତି। ମୋଦି -୧ ସରକାର ଅମଳରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ସାଂସଦ ରହିଥିଲେ। ତାଙ୍କୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ମିଳିଥିଲା। ଏବେ ସେ ମନ୍ତ୍ରୀ ଭାବେ ପୁଣି କାର୍ଯ୍ୟ କରିବେ। ଶ୍ରୀମତୀ ବାଦଲ ମୋଦି-୧ ସରକାରରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ମୁକ୍ତାର ଆବ୍ବାସ ନକଭୀ ରାଜ୍ୟସଭା ସାଂସଦ। ମୋଦି-୧ ସରକାରରେ ସେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ଏମାନଙ୍କ ବ୍ୟତୀତ ଶିବସେନା, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି, ଆପନା ଦଳ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଓ ରିପ୍ଲବିକାନ ପାର୍ଟି ଅଫ ଇଣ୍ଡିଆରୁ ମଧ୍ୟ ଜଣେ ଲେଖାଏ ସାଂସଦ ମନ୍ତ୍ରୀ ହେବେ।

ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା

ରାଜନାଥ ସିଂହ, ଅର୍ଜୁନ ରାମ ମେଘୱାଲ, ନରେନ୍ଦ୍ର ତୋମାର, ପ୍ରକାଶ ଜାଭଡ଼େକର, ପୀୟୂଷ ଗୋୟଲ, ନିର୍ମଳା ସୀତାରମଣ, ମୁକ୍ତାର ଆବାସ ନକଭୀ, ସ୍ମୃତି ଇରାନୀ, ସୁଷମା ସ୍ୱରାଜ, ରବିଶଙ୍କର ପ୍ରସାଦ, ରାମଦାସ ଆଠୱାଲେ, ସୁରେଶ ଅଙ୍ଗାଡି, ଡ. ଜିତେନ୍ଦ୍ର ସିଂହ, କୈଳାସ ଚୌଧୁରୀ, କିରେନ ରିଜିଜ୍ଜୁ, ମନସୁଖ ମାଣ୍ଡଭିୟା, ଆରସିପି ସିଂହ, ଦେବଶ୍ରୀ ଚୌଧୁରୀ, ରାମ ବିଲାସ ପାଶ୍ୱାନ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଗଜେନ୍ଦ୍ର ସିଂହ ଶେଖାୱତ, ରତନଲାଲ କଟାରିୟା, ରମେଶ ପୋଖରିୟାଲ ନିଶାଙ୍କ, ରମେଶ୍ୱର ତେଲି, ଅରବିନ୍ଦ ସାୱନ୍ତ, ପ୍ରହ୍ଲାଦ ପଟେଲ, କିଷନ ରେଡ୍ଡୀ, ପୁରୁଷୋତ୍ତମ ରୁପାଲା, କ୍ରିଷ୍ଣପାଲ ଗୁଜରାର, ରେଣୁକା ସିଂହ ସରୁତା, ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ନିରଞ୍ଜନ ଜ୍ୟୋତି, ପ୍ରତାପ ଷଡ଼ଙ୍ଗୀ, ପ୍ରହ୍ଲାଦ ଯୋଶୀ, ନିତ୍ୟାନନ୍ଦ ରାୟ ଓ ଶ୍ରୀପଦ ନାଏକ। ଏମାନଙ୍କୁ ପିଏମଓରୁ ଫୋନ ଯାଇଥିବା ଜଣାପଡ଼ିଛି।



from Odisha Reporter http://bit.ly/30TLSgA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages