ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ହୋଇଛି। ସବୁଠୁ ବଡ଼ କଥା ହେଲା ଯେଉଁ ରାଜ୍ୟ ଏକଦା ଗାନ୍ଧି ପରିବାରର ଗଡ଼ ଥିଲା। ଏବେ ସେହି ରାଜ୍ୟ ପଦ୍ମ ଗଡ଼ରେ ପରିଣିତ ହୋଇଛି। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସଞ୍ଜୟ ଗାନ୍ଧି ଭଳି ନେତା ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ି ଦିଲ୍ଲୀରେ ସରକାର ଗଢ଼ିବା ପାଇଁ ସଫଳ ହୋଇଥିଲେ। ହେଲେ ୨୦୧୪ ପାଖରୁ ସ୍ଥିତି ଯେମିତି ଦୋହଲିଯାଇଛି।
ଚଳିତ ଥର ୮୦ ଲୋକସଭା ଆସନରୁ ମାତ୍ର ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୨୦୧୪ରେ ମାତ୍ର ୨ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଅର୍ଥାତ୍ ୟୁପିରେ କଂଗ୍ରେସ ଖସୁଛି। ଯେଉଁ ଆମେଠି ଆସନରୁ ରାଜୀବ ଗାନ୍ଧି ଏକଦା ନିର୍ବାଚିତ ହୋଇଆସୁଥିଲେ ସେହି ଆସନରୁ ଏବେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜୀବଙ୍କ ପୁଅ ହାରିଯାଇଛନ୍ତି। ଏଭଳି ସ୍ଥଳରେ ରାଏବରେଲି ଆସନରୁ ନିର୍ବାଚିତ ହୋଇଥିବା ସୋନିଆ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ରବାସୀଙ୍କ ପାଇଁ ଚିଠି ଲେଖିବା ଅନେକ ପ୍ରଶ୍ନକୁ ଉଜ୍ଜୀବିତ କରିଛି।
ସୋନିଆ ନିଜ ଚିଠିରେ ଲେଖିଛନ୍ତି, ଲଢେଇ ଯେତେ ଚ୍ୟାଲେଞ୍ଜ ହେଲେ ବି ସେ ସେ ପଛଘୁଞ୍ଚା ଦେବେ ନାହିଁ । ଜନତାଙ୍କ ସମର୍ଥନରେ କଂଗ୍ରେସ ଆଗାମୀ ଦିନରେ ସମସ୍ତ ଚ୍ୟାଲେଞ୍ଜକୁ ପାରି କରି ସଫଳ ହେବ ବୋଲି ସେ ନିଜ ଚିଠିରେ ବାର୍ତ୍ତା ଦେଇଛନ୍ତି।
ତାଙ୍କ ଉପରେ ରାଏବରେଲିବାସୀ ପୁଣି ଆସ୍ଥା ପ୍ରକଟ କରିଥିବାରୁ ସେଥିପାଇଁ ଧନ୍ୟବାଦ ଦେଇଛନ୍ତି । ଏହାପରେ ଏସପି-ବିଏସପି ତାଙ୍କ ବିରୋଧୀରେ ପ୍ରାର୍ଥୀ ଦେଇନଥିବାରୁ ଧନ୍ୟବାଦ ଦେଇଛନ୍ତି ।
କଣ ହୋଇପାରେ କାରଣ?
ଆମେଠିରେ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ୩୦ ହଜାର ଭୋଟରେ ହରାଇଛନ୍ତି। ସେହିପରି ରାଏବରେଲିରେ ବିଜେପି ହାରିଥିଲେ ମଧ୍ୟ ପୂର୍ବ ଅପେକ୍ଷା ଭଲ ଭୋଟ ପାଇଥିବା ଦେଖିବାକୁ ମିଳିଛି। ସୋନିଆ ଗାନ୍ଧି ୫ ଲକ୍ଷ ୩୩ ହଜାର ୬୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ଦୀନେଶ ପ୍ରତାପ ସିଂହ ୩ ଲକ୍ଷ ୬୫ ହଜାର ୮୩୯ ଖଣ୍ଡ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି।
ଯଦି ୨୦୧୪ ନିର୍ବାଚନକୁ ଦେଖିବା ଏହି ଆସନରୁ ସୋନିଆ ଗାନ୍ଧି ୫ ଲକ୍ଷ ୨୬ ହଜାର ୪୩୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଅଜୟ ଅଗ୍ରଓ୍ୱାଲ ୧ ଲକ୍ଷ ୭୩ ହଜାର ୭୨୧ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ କିନ୍ତୁ ବିଏସପି ପ୍ରାର୍ଥୀ ଦେଇଥିଲେ ମଧ୍ୟ ୬୩ ହଜାର ୬୩୩ ଖଣ୍ଡ ଭୋଟ ପାଇଥିଲା। ଅର୍ଥାତ୍ ଏହି ଆସନରେ ବିଜେପିର ଭୋଟ ବ୍ୟାଙ୍କ ପୂର୍ବ ଅପେକ୍ଷା ବହୁତ ଭଲ ବଢ଼ିଛି। ହେଲେ ସୋନିଆଙ୍କ ଭୋଟ ବ୍ୟାଙ୍କ ସମାନ ରହିଛି।
ହେଲେ ରାଜ୍ୟରେ ବିଜେପି ସରକାର ଏବଂ ୮୦ ଭାଗ ସାଂସଦ ବିଜେପିର ହୋଇଥିବା ବେଳେ ଆଗାମୀ ଦିନରେ ଏହି ଆସନର ସ୍ଥିତି ମଧ୍ୟ ଆମେଠି ଭଳି ଯେ ନହେବ ତାହା କହି ହେବନି।
from Odisha Reporter http://bit.ly/2QoXza4
No comments:
Post a Comment