
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁବେଳେ ଚଳଚଞ୍ଚଳ କିଟ୍ ରୋଡ୍। ସନ୍ଧ୍ୟା ହେଲେ ଏହି ଅଧ ମିଟର ରାସ୍ତାକୁ ଅତିକ୍ରମ କରିବା ପାଇଁ ନାକେଦମ ହୋଇଯାଏ ମଣିଷ। ଘଡିଏ ଠିଆ ହୋଇଯାଏ। ଆଉ ଏହି ଗହଳି ଏତେ ବିରକ୍ତିକର ବି ଲାଗେନି। କାରଣ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବପୀଢିକୁ ଦେଖି କିଛି ଭିନ୍ନ ଅନୁଭବ ହୁଏ। ସେ ମକା ଷ୍ଟଲ୍ଠୁ ଆରମ୍ଭ କରି ବଡବଡ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଯେଉଁଠି ଦେଖ ଏହି ଆସର ଜମିଥାଏ। ଖାଦ୍ୟ ଏବଂ ମଜାମସ୍ତି ଲକ୍ଷରେ ଏକଜୁଟ୍ ଏହି ଯୁବପୀଢିଙ୍କ ପାଇଁ କିଛି ଭିନ୍ନ ଉପହାର ଆଣିଥିଲେ ଡଃ ଦେବିଲାଲ୍ ମିଶ୍ର। ରେଭେନ୍ସା ବିଶ୍ୱବିଦ୍ୱାଳୟରେ ଅଧ୍ୟାପକ ଥିବା ମୋଟିଭେସ୍ନାଲ୍ ସ୍ପିକର ଡଃ ଦେବିଲାଲ୍ ମିଶ୍ର କିଟ୍ ରୋଡରେ ଥିବା ଏକ ରେଷ୍ଟୁରାଣ୍ଟରେ ଆରମ୍ଭ କରିଥିଲେ ମୋଟିଭେସ୍ନାଲ୍ ସ୍ପିଚ୍ କାର୍ଯ୍ୟକ୍ରମ।।
ଗତକାଲି ‘ଟିମ୍ ୱାର୍ଡରିଲ୍’ ଦ୍ୱାରା ଭୁବନେଶ୍ୱର କିଟ୍ ରୋଡ୍ରେ ଥିବା ବ୍ରୋଷ୍ଟର ରେଷ୍ଟୁରାଣ୍ଟରେ ଆୟୋଜିତ ହୋଇଥିଲା ଶ୍ରୁଜନ୍ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ‘ଓପନ୍ ମିକ୍ ୧.୦’। ଏହି କାର୍ଯ୍ୟକ୍ରମରେ ଡଃ ଦେବିଲାଲ୍ ମିଶ୍ର ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ତାଙ୍କର କେଇପଦ କଥା ସେଠାରେ ଉପସ୍ଥିତ ଯୁବପୀଢିଙ୍କୁ ବେଶ୍ ଅନୁପ୍ରେରିତ କରିଥିଲା।
ତାଙ୍କ କହିବା ଅନୁଯାୟୀ,
“ଏ ସଂସାରରେ ସମସ୍ତେ ସ୍ୱତନ୍ତ୍ର, ସମସ୍ତଙ୍କର ସାମର୍ଥ୍ୟ ବି ସ୍ୱତନ୍ତ୍ର। ଆମେ ସେହି ସ୍ୱତନ୍ତ୍ର ସାମର୍ଥ୍ୟକୁ ସନ୍ଧାନ କରିପାରିଲେ ଜାବନରେ ଅନେକ ମହାନ କାର୍ଯ୍ୟ କରିପାରିବା। ସକରାତ୍ମକ ଚିନ୍ତାଧାରା କେବେ କାହାସହ ପ୍ରତିଯୋଗିତା କରେନି କେବେବି କାହାସହ ତୁଳନା କରେନି କିମ୍ବା କେବେ କାହାଠୁ କିଛି ଆଶା କରେନି। କୌଣସି ପ୍ରତିକୂଳ ପରିସ୍ଥିତି କେବେ ବି ତୁମ ଦକ୍ଷତାକୁ କ୍ଷତ କରିପାରିବ ନାହିଁ। ସଫଳତା ତୁମ ଉଦ୍ୟମ ଉପରେ ନିର୍ଭରଶୀଳ। ତୁମେ ଯେତେ ଅଧିକ ଚେଷ୍ଟା କରିଚାଲିବ ସଫଳତା ସେତେ ନିକଟତର ଲାଗିବ। ବାସ୍ ନିଜ ଉପରେ ବିଶ୍ୱାସ ରଖ।”
ଡଃ ମିଶ୍ରଙ୍କ ଅଭିଭାଷଣ ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ଯୋଗ ଦେଇଥିବା ଦର୍ଶକ ମଧ୍ୟ କବିତା ମାଧ୍ୟମରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରତିଭା ପାଇଁ ପରିଶେଷରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା।
ଲୋକଙ୍କ ବହୁ ମାତ୍ରାରେ ଭଲ ପାଇବା ଦେଖି ଆଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମିତି କାର୍ଯ୍ୟକ୍ରମ କରାଯିବ ବୋଲି ‘ଟିମ୍ ୱାର୍ଡରିଲ୍’ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ପୂର୍ବରୁ ବିଭିନ୍ନ ପ୍ରୋଗାମ୍ରେ ଡଃ ମିଶ୍ର ମୋଟିଭେସ୍ନାଲ୍ ସ୍ପିଚ୍ ଦେଇ ଲୋକଙ୍କ ମନ କିଣିଛନ୍ତି। ଅଧ୍ୟାପକ ସହ ଡଃ ମିଶ୍ର ଜଣେ କବି, ଗାଳ୍ପିକ ଏବଂ ସାମାଜିକ ମନସ୍ତତ୍ୱବିତ୍।
from Odisha Reporter http://bit.ly/2wpB8s0
No comments:
Post a Comment