
ଭୋପାଲ: ଝିଅକୁ ଅଙ୍ଗନବାଡ଼ି ପଠାଇ ସାରା ଦେଶରେ ପ୍ରଶଂସାର ପାତ୍ର ହୋଇଛନ୍ତି ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ପଙ୍କଜା ଜୈନ। ଘରୋଇ ସ୍କୁଲ ଅପେକ୍ଷା ଗୋଟିଏ ଛୋଟ ଛୁଆର ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି ସବୁଠୁ ଭଲ ବୋଲି ଚିନ୍ତା କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଲ୍ଲାପାଳ ଡକ୍ଟର ଜୈନ।
ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଜିଲ୍ଲାର ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତି ଅନ୍ୟ ଅଧିକାରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟପାଳ କହିଛନ୍ତି। ଏହା ଦ୍ୱାରା ଉକ୍ତ ଅଙ୍ଗନବାଡ଼ି କିଭଳି ଭଲ ଭାବରେ ଚାଲିବ, କର୍ତ୍ତୃପକ୍ଷ ସ୍ୱତଃପ୍ରବୃତ ଭାବରେ ଚିନ୍ତା କରିବାକୁ ବାଧ୍ୟ ହେବେ ଏବଂ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ଯୋଜନା ଗୁଡ଼ିକ ଭଲ ଭାବରେ କାର୍ଯ୍ୟକାରୀ ହୋଇପାରିବ ବୋଲି ଆନନ୍ଦୀବେନ ପଟେଲ ଜିଲ୍ଲାପାଳ ଜୈନଙ୍କୁ ଲେଖିଥିବା ପ୍ରଶଂସା ଚିଠିରେ ଉଲ୍ଲେଖ କରିଛନ୍ତି।
from Odisha Reporter http://bit.ly/2Ez8edw
No comments:
Post a Comment