ସିବିଆଇ ସମନ ପରେ ବି ହାଜର ହେଲେନି ରାଜୀବ କୁମାର, କହିଲେ ଅଧିକ ସମୟ ଦରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ସିବିଆଇ ସମନ ପରେ ବି ହାଜର ହେଲେନି ରାଜୀବ କୁମାର, କହିଲେ ଅଧିକ ସମୟ ଦରକାର

କୋଲକାତା: ସାରଦା ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତରେ ସଂପୃକ୍ତ ଥିବା ପୂର୍ବତନ କୋଲକାତା ପୁଲିସ୍‌ କମିଶନର ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

ତାଙ୍କୁ ସିବିଆଇ କୌଣସି ମୁହୂର୍ତ୍ତରେ ବି ଗିରଫ କରିପାରେ। ଆଜି ସିବିଆଇ ସାରଦା ଚିଟ୍‌ଫଣ୍ଡ ଘଟଣାରେ ତାଙ୍କୁ ଜେରା କରିବା ପାଇଁ ସମନ୍‌ ଜାରି କରିଥିଲା। ସେ ସମନ୍‌ ଅନୁସାରେ ଆଜି ଦିନ ୧୦ଟାରେ ସିବିଆଇ ମୁଖ୍ୟାଳୟରେ ହାଜର ହେବାର ଥିଲା। କିନ୍ତୁ ସେ ସିବିଆଇ ନିକଟରେ ହାଜର ହୋଇନାହାନ୍ତି।

ବର୍ତ୍ତମାନ ସିଆଇଡିରେ କାର୍ଯ୍ୟ କରୁଥିବା ରାଜୀବ କୁମାର ୬ ଦିନ ପାଇଁ ଛୁଟିରେ ଯାଇଥିବା ଜଣାପଡ଼ିଛି। ଆଜି ସେ ସିବିଆଇ ସମନର ଜବାବରେ ଚିଠି ଲେଖି କହିଛନ୍ତି ଯେ “ମୋତେ ହାଜର ହେବା ପାଇଁ ଆଉ କିଛି ସମୟ ଦରକାର।”

ଅନ୍ୟପକ୍ଷରେ ସିବିଆଇର କିଛି ଅଧିକାରୀ କୋଲକାତା ବରାସତ କୋର୍ଟ ଆଗରେ ଡେରା ପକାଇଛନ୍ତି। କାଳେ ଶ୍ରୀ କୁମାର ସିବିଆଇ ଜେରାରୁ ବର୍ତ୍ତିବା ପାଇଁ କୌଣସି କୋର୍ଟର ଆଶ୍ରୟ ନେବେ, ସେଇ ଆଶଙ୍କାରେ ସିବିଆଇ ଅଧିକାରୀମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଶ୍ରୀ କୁମାର ସାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ବେଳେ ବ୍ୟାପକ ପ୍ରମାଣ ନଷ୍ଟ କରିଥିବା ସିବିଆଇ ଜାଣିବାକୁ ପାଇଛି। ତାଙ୍କୁ ନିଜ ହେପାଜତକୁ ନେଇ ସିବିଆଇ ଜେରା କରିବାକୁ ଚାହୁଁଛି। ଏନେଇ ସିବିଆଇ ରାଜୀବ କୁମାରଙ୍କ ନାମରେ ଲୁକ ଆଉଟ୍ ନୋଟିସ୍ ମଧ୍ୟ ଜାରି କରିଥିଲା। ତାଙ୍କ ଗିରଫଦାରୀ ଉପରେ ରହିତାଦେଶର ଅବଧି ବଢ଼ାଇବାକୁ ସୁପ୍ରିମକୋର୍ଟ ମନା କରିବା ପରେ ସିବିଆଇ ଏହି ନୋଟିସ୍ ଜାରି କରିଥିଲା। ଏ ନେଇ ସମସ୍ତ ବିମାନବନ୍ଦର ଏବଂ ବନ୍ଦରକୁ ସୂଚନା ଦେଇଛି ସିବିଆଇ।

ସୁପ୍ରିମକୋର୍ଟ ମେ ୧୭ ତାରିଖ ଦିନ ରାଜୀବ କୁମାରଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ଦେଇଥିବା ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଏଥିସହ ଗିରଫଦାରୀରୁ ବର୍ତ୍ତିବା ପାଇଁ ୨୪ତାରିଖ ସୁଦ୍ଧା ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।

ଯଦି ରାଜୀବ କୁମାର ଜାମିନ ନ ଆଣିପାରିବେ, ତାହେଲେ ସିବିଆଇ ୨୪ ତାରିଖ ପରେ ରାଜୀବ କୁମାରଙ୍କୁ ଗିରଫ କରିପାରିବ ବୋଲି ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ କହିଥିଲେ। ସେହି ଆଧାରରେ ତାଙ୍କୁ ସିବିଆଇ ଗିରଫ କରି ଜେରା କରିବାକୁ ଚାହୁଁଛି।

ଗତ ଫେବୃଆରୀ ମାସରେ ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ରାଜୀବ କୁମାରଙ୍କୁ ଜେରା କରିବାକୁ ସିବିଆଇ କୋଲକତାରେ ପହଞ୍ଚିଥିଲା। ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ପୁଲିସ୍‌ ଏବଂ ସିବିଆଇ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀର୍ଘ ୭୦ ଘଣ୍ଟା ଧାରଣାରେ ବସିଥିଲେ। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବା ପରେ ମମତା ଧାରଣାରୁ ଉଠିଥିଲେ।



from Odisha Reporter http://bit.ly/2X7VMJ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages