ରିଲିଜ୍‌ ହେଲା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଆଉ ଏକ ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ରିଲିଜ୍‌ ହେଲା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଆଉ ଏକ ଗୀତ

ମୁମ୍ବାଇ: ଆସନ୍ତା କାଲି ରିଲିଜ୍‌ ହେବାକୁ ଯାଉଛି କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’। ତେବେ ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ‘ଜଟ୍‌ ଲୁଧିୟାନେ ଦେ’ ରିଲିଜ୍‌ ହୋଇଛି। ଗୀତଟି ଏବେ ୟୁଟ୍ୟୁବ୍‌ରେ ଟପ୍‌ ଟ୍ରେଣ୍ଡିଂରେ ରହିଛି।

ଏହି ନୂଆ ଗୀତରେ ଟାଇଗର ସ୍ରଫ ଓ ତାରା ସୁତାରିଆଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏଥିସହ ଅନନ୍ୟା ପାଣ୍ଡେ ମଧ୍ୟ ଗୀତରେ ନଜର ଆସିଛନ୍ତି। ଏହି ୩ କଳାକାର ସ୍କ୍ରିନ୍‌ରେ ଖୁବ୍‌ ଭଲ ପରର୍ଫମ୍‌ କରିଥିବା ଦେଖିବାକୁ ମିଳୁଛି। ଗୀତଟି ରିଲିଜ ହେବାର ଖୁବ କମ୍‌ ସମୟରେ ଭାଇରାଲ ହେବାରେ ଲାଗିଛି।

କିଛିଦିନ ପୂର୍ବେ ଫିଲ୍ମର ପ୍ରଥମ ଗୀତ ‘ଜବାନି’ ରିଲିଜ୍ ହେଉ ହେଉ ବେଶ୍ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ୭୦ ଦଶକରେ ଆସିଥିବା  କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇ ଦର୍ଶକଙ୍କ ସମ୍ମୁଖରେ ନୂଆ ଭାବେ ଉପସ୍ଥାପନ କରାଯାଇଛି। ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ମଧ୍ୟ ଆସିଥିଲା। ୟୁଟ୍ୟୁବ୍‌ରେ ଅନେକ ଦିନ ଯାଏ ଏହି ଗୀତ ଟ୍ରେଣ୍ଡିଂରେ ରହିଥିଲା।

ଧର୍ମା ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ ଏକ୍ସାଇଟମେଣ୍ଟ ରହିଛି। କିଛି ଦିନ ପୂର୍ବେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର ସ୍ରଫ୍‌, ତାରା ସୁତାରିଆ, ଅନନ୍ୟା ପାଣ୍ଡେ  ନଜର  ଆସିବେ। ଆସନ୍ତାକାଲି ଏହି ଫିଲ୍ମ ରିଲିଜ ହେବ। ୨୦୧୨ ମସିହାରେ ଆସିଥିବା ସୁପରହିଟ୍‌  ଫିଲ୍ମ  ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ର ଏହା ସିକ୍ୟୁଏଲ ଅଟେ। ପ୍ରଥମ ଫିଲ୍ମରେ ବରୁନ ଧୱନ, ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ବଲିଉଡ଼ରେ ଡେବ୍ୟୁ କରିଥିଲେ।



from Odisha Reporter http://bit.ly/2VRrtJ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages