ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ବିକ୍ରି ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

ଟୋକିଓ: ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାରଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଏହି ଅଲିମ୍ପିକ୍ସର ସର୍ବାଧିକ ଟିକେଟର ମୂଲ୍ୟ ୩ଲକ୍ଷ ୟେନ୍ (ପ୍ରାୟ ୧ ଲକ୍ଷ ୯୧ ହଜାର ଟଙ୍କା) ଧାର୍ଯ୍ୟ ହୋଇଛି, ଯାହା କେବଳ ଉଦଘାଟନୀ ସମାରୋହ ପାଇଁ ଉପଲବ୍ଧ ହେବ। ସେହିପରି ସର୍ବନିମ୍ନ ଟିକେଟର ମୂଲ୍ୟ ୨୫୦୦ ୟେନ୍ (ପ୍ରାୟ ୧୬୦୦ ଟଙ୍କା) ରଖାଯାଇଛି। ଅଲିମ୍ପିକ୍ସରେ ସାମିଲ ହୋଇଥିବା ୩୩ଟି କ୍ରୀଡ଼ା ପାଇଁ ଅଲଗା ଅଲଗା ମୂଲ୍ୟର ଟିକେଟ୍ ରହିଛି।

ଜାପାନର ସ୍ଥାନୀୟ ବାସିନ୍ଦାଙ୍କୁ ଟିକେଟ୍ ପାଇବା ପାଇଁ ଲଟେରୀର ସହାୟତା ନେବାକୁ ପଡ଼ିବ। ଭାଗ୍ୟଶାଳୀ ଦର୍ଶକଙ୍କୁ ୧୦୦ ମିଟର୍ ଦୌଡ଼ ଇଭେଣ୍ଟ ଦେଖିବାକୁ ସୁଯୋଗ ମିଳିବ, ଯାହାର ମୂଲ୍ୟ ୧୩୦,୦୦ ୟେନ୍ (୮୩ହଜାର ଟଙ୍କା) ହେବ। କିନ୍ତୁ ଉପଲବ୍ଧ ଟିକେଟରୁ ଅଧା ଟିକେଟ୍ ୮ହଜାର ୟେନ୍ (ପ୍ରାୟ ୫ହଜାର ଟଙ୍କା) କିମ୍ବା ଏହାଠାରୁ କମରେ ମିଳିବ। ଛୋଟ ପିଲା, ମାତା-ପିତା, ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗଙ୍କ ପାଇଁ ୨୦୨୦ ୟେନ୍ (୧୨୮୭ ଟଙ୍କା)ର ଟିକେଟ୍ ଧାର୍ଯ୍ୟ କରାଯାଇଛି।



from Odisha Reporter http://bit.ly/2HdjrRo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages