
ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ଏକ ପୁରୁଣା ଖବରକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଓ ତାଙ୍କ ପରିବାର ସମ୍ପର୍କରେ ଦେଇଥିବା ବୟାନ ମିଛ ବୋଲି ଜଣାପଡ଼ିଛି। ରାଜୀବ ଗାନ୍ଧି ଓ ତାଙ୍କ ପରିବାର ଲୋକ ଆଇଏନ୍ଏସ୍ ବିରାଟ୍ ଭଳି ଯୁଦ୍ଧ ଜାହାଜକୁ ପାରିବାରିକ ଛୁଟି କାଟିବା ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ ବୋଲି ମୋଦି କହିଥିଲେ।
କିନ୍ତୁ ଯେଉଁ ଲାକ୍ଷାଦ୍ୱୀପରୁ ଏହି ଯୁଦ୍ଧ ଜାହାଜ ଦ୍ୱାରା ଗାନ୍ଧି ପରିବାର ଛୁଟି କଟାଇବାକୁ ଯାଉଥିବା କୁହାଯାଉଥିଲା ଆଜି ସେହି ସ୍ଥାନର ପ୍ରଶାସନିକ ଦାୟିତ୍ୱରେ ଥିବା ଜଣେ ପୂର୍ବତନ ଅଧିକାରୀ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି।
ଲାକ୍ଷାଦ୍ୱୀପର ପୂର୍ବତନ ପ୍ରଶାସନିକ ଅଧିକାରୀ ୱାଜହତ୍ ହବିବୁଲ୍ଲା କହିଛନ୍ତି, “ହଁ ଏଇଟା ସତ ଯେ ଲାକ୍ଷାଦ୍ୱୀପରେ ଆଇଏନ୍ଏସ୍ ବିରାଟ୍ ସେଦିନ ରହିଥିଲା। କିନ୍ତୁ ଗାନ୍ଧି ପରିବାର ଏହାକୁ ଛୁଟି କାଟିବା ପାଇଁ ବ୍ୟବହାର କରି ନଥିଲେ। ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧି ସରକାରୀ ହେଲିକପ୍ଟର୍ରେ ଲାକ୍ଷାଦ୍ୱୀପରେ ଓହ୍ଲାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବ୍ୟାକଅପ୍ ସୁରକ୍ଷା ପାଇଁ ସେଦିନ ସମୁଦ୍ରରେ ଆଇଏନ୍ଏସ୍ ବିରାଟ୍ ରହିଥିଲା। ପ୍ରଧାନମନ୍ତ୍ରୀ ସମୁଦ୍ର ଭିତରକୁ ଯିବାର ଥିଲା। ତେଣୁ ତାଙ୍କ ସୁରକ୍ଷା ପାଇଁ ଆଇଏନ୍ଏସ୍ ବିରାଟ୍ର ବ୍ୟବହାର କରାଯାଇଥିଲା।
ସମୁଦ୍ର ମଧ୍ୟରେ ଯୁଦ୍ଧ ଜାହାଜ ବ୍ୟତୀତ ବ୍ୟାକ୍ଅପ୍ ସୁରକ୍ଷା ପାଇଁ କୌଣସି ବିକଳ୍ପ ନଥିଲା। ରାଜୀବ ଗାନ୍ଧି ଏକ ସରକାରୀ ମିଟିଂ ପାଇଁ ଲାକ୍ଷାଦ୍ୱୀପ ଯାଇଥିଲେ। ଏହି ସମୟରେ ତାଙ୍କର କିଛି ଅତିଥି ଭେଟ ହୋଇଥିଲେ। କିନ୍ତୁ କୌଣସି ଅତିଥି କିମ୍ବା ବିଦେଶୀ ନାଗରିକଙ୍କୁ ଆଇଏନ୍ଏସ୍ ବିରାଟ୍ରେ ଚଢ଼ିବାକୁ ଅନୁମତି ମିଳିନଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସତ୍ୟତା ଯାଞ୍ଚ ନ କରି ବୟାନ ଦେଇଛନ୍ତି। ଏହା ଆଚରଣ ବିଧି ଉଲ୍ଲଙ୍ଘନ। ତେଣୁ ନିର୍ବାଚନ କମିଶନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର।”
from Odisha Reporter http://bit.ly/2VnBmip
No comments:
Post a Comment