ପ୍ରାର୍ଥୀ ଫେରାର, ପ୍ରଚାରରେ ବୁଆ-ବବୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ପ୍ରାର୍ଥୀ ଫେରାର, ପ୍ରଚାରରେ ବୁଆ-ବବୁଆ

ମାଉ: ଉତ୍ତରପ୍ରଦେଶର ମାଉ ଜିଲ୍ଲାରେ ବିଏସ୍‌ପି ବିଧାୟକ ପ୍ରାର୍ଥୀଙ୍କ ପାଇଁ ଅଜବ ପ୍ରଚାର ଦେଖିବାକୁ ମିଳିଛି। ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କଠାରୁ ଆରମ୍ଭ କରି ଏସ୍‌ପି ସୁପ୍ରିମୋ ଅଖିଲେଶଙ୍କ ପର୍ଯ୍ୟନ୍ତ ସମସ୍ତେ ବିଏସ୍‌ପି ପ୍ରାର୍ଥୀ ଅତୁଲ ରାୟଙ୍କୁ ଭୋଟ୍‌ ଦେବାକୁ ନିବେଦନ କରୁଛନ୍ତି। କିନ୍ତୁ ଗତ ୧୫ ଦିନ ଧରି ପ୍ରାର୍ଥୀ ଅତୁଲ ଗାୟବ୍‌ ଥିବା ଜଣାପଡ଼ିଛି।

ଗତ ମେ ୧ ତାରିଖରେ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିବାପରେ ସେ ଗାୟବ୍‌ ଅଛନ୍ତି। କିନ୍ତୁ ଏହି ଅଭିଯୋଗ ତାଙ୍କ ସମର୍ଥକଙ୍କୁ ପ୍ରଚାରରୁ ବିରତ କରିନି। ସେମାନେ ଫୁଲ୍‌ଦମ୍‌ରେ ପ୍ରଚାର କରିବା ସହ ଦାବି କରିଆସୁଛନ୍ତି ଅତୁଲଙ୍କୁ କୁଆଡ଼େ ଫସାଇଦିଆଯାଉଛି।

ଆଜି ମହାମେଣ୍ଟର ଏକ ରାଲିରେ ଉଭୟ ମାୟାବତୀ ଏବଂ ଅଖିଲେଶ ଅତୁଲଙ୍କ ପାଇଁ ପ୍ରଚାର କରିଛନ୍ତି। ସେମାନେ କର୍ମୀ ମାନଙ୍କୁ ମଧ୍ୟ ଅତୁଲଙ୍କ ପାଇ ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାୟାବତୀ ଆଜି କହିଛନ୍ତି, ଅତୁଲ ବିଜେପି ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ବର୍ତ୍ତମାନ ଆମର କର୍ତ୍ତବ୍ୟ ହେଉଛି ଅତୁଲଙ୍କୁ ଜିତାଇବା ଏବଂ ଷଡ଼ଯନ୍ତ୍ରକୁ ପରାସ୍ତ କରିବା।



from Odisha Reporter http://bit.ly/2JHDdr6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages