
ପୁରୀ(ଓଡ଼ିଶା ରିପୋର୍ଟର) ବାତ୍ୟାର ୧୨ ଦିନ ପରେ ଶ୍ରୀମନ୍ଦିରରେ ସ୍ୱାଭାବିକ୍ ହେଲା ବିଜୁଳି । ହେଲେ ପୁରୀ ସହରକୁ କେବେ ଆସିବ ସେ ନେଇ ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ। ଆଜି ମୁଖ୍ୟମନ୍ତ୍ରୀ ନିଜେ ପୁରୀରେ ବିଦ୍ୟୁତ୍ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକ ପରେ ଶକ୍ତିମନ୍ତ୍ରୀ କହିଛନ୍ତି ସମଗ୍ର ପୁରୀ ଜିଲ୍ଲାରେ ବିଦ୍ୟୁତ୍ ସ୍ୱାଭାବିକ୍ ହେବାକୁ ମାସେ ଲାଗିବ। ତେବେ ପୁରୀ ପୌରାଞ୍ଚଳ ଆଲୋକିତ ହେବାକୁ ସପ୍ତାହେ ଲାଗିବ ବୋଲି ଜିଲ୍ଲାପାଳ କହୁଥିବାବେଳେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖୁଥିବା ବିଦ୍ୟୁତ୍ ବିଭାଗର ବଡ଼ ଅଧିକାରୀ କିନ୍ତୁ ୧୫ରୁ ୨୦ ଦିନ ପୂର୍ବରୁ ସମ୍ଭବ ନୁହେଁ ବୋଲି କହିଲେଣି । ସେପଟେ ପୁରୀ ଭଳି ଜଟଣୀ ସହରରେ ବି ଲୋକଙ୍କ ବିଜୁଳି ଦୁର୍ଦ୍ଦଶା ଅକଥନୀୟ।
ତୋଡ଼ ଦେଖାଇ ବାତ୍ୟା ଫୋନି ଫେରି ଯିବାର ୧୨ ଦିନ ବିତି ଗଲାଣି। ହେଲେ ପର୍ଯ୍ୟଟନର ସହର ପୁରୀରେ କିନ୍ତୁ ସରୁନି ଅନ୍ଧାରର ରାଜୁତି। ପ୍ରାୟ ଦେଢ଼ ସପ୍ତାହ ପରେ ଆଜି ଶ୍ରୀମନ୍ଦିରରେ ବିଦ୍ୟୁତ୍ ସରୋବରାହ ତ ସ୍ୱାଭାବିକ୍ ହୋଇଛି। କିନ୍ତୁ ସହରବାସୀଙ୍କ ଘରେ କେବେ ଚାଲିବ ଲାଇଟ୍ ଓ ପଙ୍ଖା ନିର୍ଦ୍ଦିଷ୍ଟ ଭାବେ ସେ ଉତ୍ତର କାହା ପାଖରେ ନାହିଁ । ତେବେ ଯଥାଶୀଘ୍ର ଶ୍ରୀକ୍ଷେତ୍ର ଓ ସମଗ୍ର ପୁରୀ ଜିଲ୍ଲାକୁ ବିଦ୍ୟୁତ୍ ଯୋଗାଣ ନେଇ ଆଜି ସମୀକ୍ଷା କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀ ଏଣେ କିନ୍ତୁ ସମ୍ପୂର୍ଣ୍ଣ ପୁରୀ ସହରରେ ବିଜୁଳି ଜଳିବାକୁ ଆହୁରି ସପ୍ତାହେ ଲାଗିବ ବୋଲି କହିଛନ୍ତି ଜିଲ୍ଲାପାଳ। ଆଉ ଗ୍ରାଉଣ୍ଡ ଜିରୋରେ କ୍ଷୟକ୍ଷତି ଦେଖି ସ୍ଥିତି ପରଖୁଥିବା ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଆକଳନ ୧୫-୨୦ ଦିନ ପୂର୍ବରୁ ଏହା ସମ୍ଭବ ନୁହେଁ। କାରଣ ବାତ୍ୟାରେ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି ପୁରୀ । ସହରକୁ ବିଦ୍ୟୁତ୍ ଯୋଗାଣ କରୁଥିବା ତିନିଟି ଯାକ ଉତ୍ସ ଜରୁରୀକାଳୀନ ସ୍ଥିତିରେ ଗତକାଲି ନିମାପଡ଼ା-ଗୋପ ୧୩୨ କେଭି ଉତ୍ସକୁ ସଜଡ଼ା ଯାଇଥିଲେ ବି ଏଯାଏଁ ଅଚଳ ରହିଛି ଖୋର୍ଦ୍ଧା-ପୁରୀ ୧୩୨ କେଭି ଷ୍ଟେସନ । ତେବେ ସବୁଠୁ ବଡ଼ ଉତ୍ସ ଭାବେ ପାଣ୍ଡିଆବିଲି-ସମଗରା ୨୨୦ କେଭି ସୋର୍ସକୁ କର୍ଯ୍ୟକ୍ଷମ କରିବାକୁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ଓପିଟିସିଏଲ୍ ଅଧିକାରୀ।
from Odisha Reporter http://bit.ly/30kDSor
No comments:
Post a Comment