ବାତ୍ୟା ‘ଫୋନି’: ଆଉ ୪୦ଟି ଟ୍ରେନ୍‌ ବାତିଲ କଲା ରେଳ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ବାତ୍ୟା ‘ଫୋନି’: ଆଉ ୪୦ଟି ଟ୍ରେନ୍‌ ବାତିଲ କଲା ରେଳ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍‌ ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ବିଶାଖା ଏକ୍ସପ୍ରେସ୍‌କୁ ୨ ପାର୍ଶ୍ୱରୁ ଆଂଶିକ ବାତିଲ ବାତିଲ କରାଯାଇଛି।
ପୂର୍ବରୁ ପୂର୍ବତଟ ରେଲୱେ ୧୦୭ଟି ଟ୍ରେନ ବାତିଲ କରିଛି। ଏଥିସହ ରେଳ ବିଭାଗ ହେଲ୍‌ପ ଲାଇନ ନମ୍ବର ଜାରି କରିଛି। ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫ ଓ ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪-୨୪୯୦୦୧୦, ୨୪୯୨୫୧୧, ୨୪୯୨୬୧୧ ହେଲ୍‌ପ ଲାଇନ୍‌ ନମ୍ୱର ଜାରି ହୋଇଛି।
ସେହିପରି ସମ୍ବଲପୁର ପାଇଁ ୦୬୬୩- ୨୫୩୨୨୩୦, ୨୫୩୩୦୩୭, ୨୫୩୨୩୦୨; ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭଦ୍ରକ ପାଇଁ ୦୬୭୮୪-୨୩୦୮୨୭, କଟକ: ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨, ବିଶାଖାପାଟନମ୍ ପାଇଁ ୦୮୯୧- ୨୭୪୬୨୫୫, ୦୮୯୧- ୧୦୭୨ ହେଲ୍‌ପ ଲାଇନ୍‌ ନମ୍ୱର ଜାରି କରିଛି ରେଳ ବିଭାଗ।



from Odisha Reporter http://bit.ly/2DJDaYj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages