ସମୁଦ୍ରକୂଳ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ସମୁଦ୍ରକୂଳ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ତ?

ଭୁବନେଶ୍ୱର: ବାତ୍ୟା ଫୋନି ଯେତିକି କରାଳ ରୂପ ନେବାର ଆଶଙ୍କା କରାଯାଉଛି ତାକୁ ନେଇ ତଥାକଥିତ ସୁରକ୍ଷିତ ସ୍ଥାନରେ ମଧ୍ୟ ନାହିଁ ନଥିବା ଭୟ। ଆଉ ସମୁଦ୍ରକୂଳରେ ଥିବା ଲୋକେ କେତେ ମାତ୍ରାରେ ଭୟଭୀତ ଥିବେ ତାହା ସହଜରେ ଅନୁମେୟ। ପୂର୍ବରୁ ଅନେକ ବାତ୍ୟା ଦେଖିଥିବା ଏବଂ ସମୁଦ୍ରର ଭୟାବହତାକୁ ଅଙ୍ଗେ ନିଭାଇଥିବା ଉପକୂଳ ଅଞ୍ଚଳର ଲୋକଙ୍କ ପାଇଁ କେଉଁଠି ସ୍ଥାନାନ୍ତର ତ କେଉଁଠି ଘନ ଘନ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ପ୍ରଶ୍ନ ଉଠୁଛି ବିପଦ ସମୟରେ ସୁରକ୍ଷା ଦେବାକୁ ଥିବା ବାତ୍ୟା ଆଶ୍ରୟସ୍ଥଳୀ ସୁରକ୍ଷିତ ତ?

ବାତ୍ୟା ଆଶ୍ରୟସ୍ଥଳରେ ଝୁଲୁଛି ତାଲା

ବିପଦ ସମୟରେ ସୁରକ୍ଷା ଦେବାକୁ ଥିବା ବାତ୍ୟା ଆଶ୍ରୟସ୍ଥଳୀ ସୁରକ୍ଷିତ ତ?

Odisha Reporter यांनी वर पोस्ट केले गुरुवार, २ मे, २०१९

ହାଣ୍ଡି ଭିତରୁ ଗୋଟିଏ ଭାତ ଚିପିବା ପରି ଆମେ ସମୁଦ୍ରକୁଳରେ ନିର୍ମିତ ଏମିତି ଅନେକ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଭିତରୁ ବାଛିଥିଲୁ ସମୁଦ୍ରକୂଳଠାରୁ ମାତ୍ର ୧୦ କିଲୋମିଟର ଦୂର ବାଲେଶ୍ୱର ଜିଲ୍ଲା କୁଣ୍ଡଳୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୁଣ୍ଡଳୀ ଗାଁର ବାତ୍ୟା ଆଶ୍ରୟସ୍ଥଳୀ । ୨ ମେ ୨୦୧୫ ମସିହାରେ ଅର୍ଥାତ ଆଜକୁ ୪ ବର୍ଷ ତଳେ ଉଦ୍‌ଘାଟିତ ହୋଇଥିଲା ଏହି ଆଶ୍ରୟସ୍ଥଳୀ। ଆମେ ଖବର ନେବା ବେଳକୁ ଖୋଲାହୋଇନଥିଲା ତାଲା। ପ୍ରଶାସନର ତ ଦେଖାନଥିଲା, ସ୍ଥାନୀୟ ଲୋକ ଏହାର ତାଲା ଖୋଲିବା ପାଇଁ ପ୍ରୟାସ ଚଲାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଉଙ୍କି ମାରୁଥିଲା ଗୋଟିଏ ପ୍ରଶ୍ନ। ଗାଁ ଲୋକେ ଭୂତକୋଠି ପାଲଟିଥିବା ଏହି ଆଶ୍ରୟସ୍ଥଳୀକୁ ଆସିବାପାଇଁ ରାଜି ହେବେ ତ?

ଆଜ୍ଞା ହଁ, ସେମାନଙ୍କ ବୟାନ ଅନୁଯାୟୀ ସେଠାକାର ସ୍ଥିତି କିଛି ଏମିତି। ଏହାର ନିର୍ମାଣ ଅତି ନିମ୍ନ ମାନର ହୋଇଥିବାରୁ ଛାତରୁ ପାଣି ଝରି ଘର ଭିତରେ ଜମା ହେଉଛି। ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ମୋଟର ପମ୍ପ କେବେଠାରୁ ଚୋରି ହୋଇଯାଇଥିବାବେଳେ ନୂତନ ପମ୍ପସେଟ୍‌ ଏଯାଏ ମିଳିନି। ଏପରିକି ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଆଜି ପାଇଁ ଜେନେରେଟର ଅଣାଯିବ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

କବାଟ ଝରକାର ଅବସ୍ଥା ମଧ୍ୟ ସେହିଭଳି। ଏସବୁ ଭାଙ୍ଗିରୁଜି ଯାଇଥିବାରୁ କାଲୁଆ ପବନର ଅବାଧ ପ୍ରବେଶ ରହୁଛି। ସେହିଭଳି ଶୌଚାଳୟର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଥବାରୁ ମହିଳାମାନେ କିଭଳି ଭାବରେ ଏଠାକୁ ଆସିବାକୁ ରାଜି ହେବେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପ୍ରତିବର୍ଷ ମେ ୧୯ ତାରିଖରେ ପ୍ରଶାସନ ପକ୍ଷରୁ ମକ୍‌ ଡ୍ରିଲ୍‌ ହେଉଥିଲେ ହେଁ, ଅଭିଯୋଗ କେବଳ ଅଭିଯୋଗ ସ୍ଥାନରେ ଅଛି। ଆଖପାଖରେ ଥିବା ପଞ୍ଚାୟତମାନଙ୍କରେ ମଧ୍ୟ ସ୍ଥିତି ସମାନ ଥିବା ସେମାନେ ଜଣାଇଛନ୍ତି। ମାତ୍ର ୪ ବର୍ଷର ଆଶ୍ରୟସ୍ଥଳୀ ଯଦି ଏମିତି ଅନ୍ୟ ଆଶ୍ରସ୍ଥଳୀର ସ୍ଥିତି କ’ଣ ତାକୁ ନେଇ ପ୍ରଶ୍ନ ଉଠୁଛି।



from Odisha Reporter http://bit.ly/2H0acp7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages