
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଜି ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର।
ସେ କହିଛନ୍ତି,“ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଥରେ କଥା ଉଠିଥିଲା। ତେବେ ଯଦି ନବୀନବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହା ଓଡ଼ିଶା ପାଇଁ ସୌଭାଗ୍ୟର କଥା। ଦେଶ ତଥା ଓଡ଼ିଶାବାସୀ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଅନୁଚିତ୍। କାରଣ ବହୁ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣିବାର ନଜିର ରହିଛି।”
ସୂର୍ଯ୍ୟ କହିଛନ୍ତି,“ଏଥର ବିଜେଡି ଆଉ ସମଦୂରତା ନୀତି ଆପଣାଇବ ନାହିଁ। ବରଂ ଯିଏ ଓଡ଼ିଶାର ସ୍ୱାର୍ଥ କଥା କହିବ, ଯିଏ ଓଡ଼ିଶାକୁ ସାହାଯ୍ୟ କରିବ, ତାକୁ ବିଜେଡି ସମର୍ଥନ ଦେବ।”
’ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ୧୦୦୦ କୋଟି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆହୁରି ୧୩ହଜାର କୋଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ଏହି ଟଙ୍କା ଖୋଲା ହୃଦୟରେ ଦେଇଛନ୍ତି।”
from Odisha Reporter http://bit.ly/2WPiRA6
No comments:
Post a Comment