ପ୍ରଧାନମନ୍ତ୍ରୀ ହେବାକୁ ଅଖିଲେଶଙ୍କ ଇଚ୍ଛାନାହିଁ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପ୍ରଧାନମନ୍ତ୍ରୀ ହେବାକୁ ଅଖିଲେଶଙ୍କ ଇଚ୍ଛାନାହିଁ, କିନ୍ତୁ…

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରାଯାଉଥିଲା। ହେଲେ ସେ ସେହି ଦୌଡ଼ରେ ନାହାନ୍ତି ବୋଲି ନିଜେ କହିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ହେବାକୁ ମୋର ଆଦୌ ଇଚ୍ଛା ନାହିଁ। କିନ୍ତୁ ଦେଶରେ ଜଣେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା କ୍ଷେତ୍ରରେ ମୁଁ ଓ ଆମ ଦଳ ଭରପୂର ସହଯୋଗ କରିବୁ।”

ଏକ ଜାତୀୟ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ଅଖିଲେଶ କହିଛନ୍ତି, “ ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ ଆଉ ମାତ୍ର ୧୩ଟି ଆସନ ପାଇଁ ଭୋଟ୍‌ ହେବ। ଏଥିର ଉତ୍ତର ପ୍ରଦେଶରେ ମହାମେଣ୍ଟ ୯୦% ଆସନରେ ବାଜିମାତ କରିବ।

ବୁଥ୍‌ ସ୍ତରରୁ ମିଳିଥିବା ତଥ୍ୟ ଆଧାରରେ ମୁଁ ଏକଥା କହୁଛି। ବିଜେପି ଉପରେ ଲୋକମାନେ କ୍ଷୁବ୍ଧ ଅଛନ୍ତି। ବିଜେପି ଏଠାରେ ଏକାଧିକ ଆସନରେ ହାରିବ। ଉତ୍ତର ପ୍ରଦେଶରେ ବିଜେପି କିଛି ବି କରିନାହିଁ। କିନ୍ତୁ ବେଙ୍ଗଲରେ ମମତା ବାନାର୍ଜୀ ‘ମା’ ମାଟି ଓ ମାନୁଷ’ ନାରା ଦେଇ ଅନେକ ଭଲ କାର୍ଯ୍ୟ କରିଛନ୍ତି।

ତୃତୀୟ ସାମ୍ମୁଖ୍ୟ ଗଠନ ଏକ ଭଲ ନିଷ୍ପତ୍ତି। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ମେ’ ୨୩ ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ। ମାୟାବତୀ, ଅଜିତ ସିଂହ ଓ ମୁଁ ମିଳିତ ଭାବେ ଏ ସମ୍ପର୍କରେ ନିଷ୍ପତ୍ତି ନେବୁ। ବର୍ତ୍ତମାନ ଦିଲ୍ଲୀରେ ନୂଆ ପ୍ରଧାନମନ୍ତ୍ରୀ ଦରକାର।

ଦେଶର ଯେକୌଣସି ରାଜ୍ୟରୁ ଯିଏ କେହି ବି ପ୍ରଧାନମନ୍ତ୍ରୀ ହୋଇପାରିବେ। କିନ୍ତୁ ଉତ୍ତର ପ୍ରଦେଶରୁ ଜଣେ ପ୍ରଧାନମନ୍ତ୍ରୀ ହେଲେ ମୁଁ ଖୁସି ହେବି। ଏ ସମ୍ପର୍କରେ ମୁଁ ନିର୍ବାଚନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ, ଏମକେ ଷ୍ଟାଲିନ୍‌ ଓ କେସିଆରଙ୍କ ସହ କଥା ହୋଇସାରିଛି।

‘ମୋତେ ନୂଆ ପ୍ରଧାନମନ୍ତ୍ରୀ ତିଆରି କରିବାର ଅଛି। ନିଜେ ପ୍ରଧାନମନ୍ତ୍ରୀ ହେବାର କୌଣସି ଲାଳସା ନାହିଁ। ମୁଁ ଏପରି କରି କିଙ୍ଗ ମେକର ହେବାକୁ ଚାହୁଁନାହିଁ। ବରଂ ସହଯୋଗୀ ହେବାକୁ ଚାହୁଁଛି।”



from Odisha Reporter http://bit.ly/2Egh8wk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages