ସମସ୍ତଙ୍କ ସାମ୍ନାରେ ହାଣିଦେଲେ, ଭିଡିଓ ଶୁଟିଂ କଲେ ଦେଖଣାହାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ସମସ୍ତଙ୍କ ସାମ୍ନାରେ ହାଣିଦେଲେ, ଭିଡିଓ ଶୁଟିଂ କଲେ ଦେଖଣାହାରୀ

ନୂଆଦିଲ୍ଲୀ: ଝିଅକୁ କିଛି ଯୁବକ ହଇରାଣ କରୁଥିବାରୁ ଏହାର ବିରୋଧ କରୁଥିବା ବାପାଙ୍କୁ ଜୀବନ ହାରିବାକୁ ପଡ଼ିଛି। ବେଶ୍‌ କିଛ ଲୋକ ଘଟଣା ଦେଖୁଥିଲେ ମଧ୍ୟ ପାଖକୁ ନଆସି ଭିଡିଓ ଶୁଟିଂ କରୁଥିବା ଭଳି ଘଟଣା ଘଟିଛି। ଶନିବାର ରାତିରେ ଦିଲ୍ଲୀ ମୋତି ନଗରରେ ଏହି ଘଟଣା ଘଟିଛି। ଏଥିରେ ୪ ଜଣ ଯୁବକ ୫୧ ବର୍ଷ ବୟସ୍କଙ୍କୁ ସମସ୍ତଙ୍କ ସାମ୍ନାରେ ହିଁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି।

ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ମୃତକଙ୍କ ୨୧ ବର୍ଷର ପୁଅ ମଧ୍ୟ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି।

ପୁଲିସ୍‌ ଦେଇଥିବା ସୂଚନା ଅନୁଯାୟୀ, ଝିଅ ସହିତ ଏହି ବ୍ୟକ୍ତି ଜଣକ ହସ୍ପିଟାଲରୁ ଫେରୁଥିଲେ। ଏହି ସମୟରେ ସେହି ଅଞ୍ଚଳ ବାସିନ୍ଦା ଏହି ୪ ଜଣ କମେଣ୍ଟ ମାରିଥିଲେ। ଏହାପରେ ଝିଅକୁ ଘରେ ଛାଡ଼ିସାରି ଏହି ବ୍ୟକ୍ତି ଯୁବକମାନଙ୍କୁ କମେଣ୍ଟ ମରା ବିଷୟରେ ପଚାରିଥିଲେ। ଏଥିରୁ ବଚସା ଆରମ୍ଭ ହୋଇଥିଲା ଏବଂ ପରେ ବାପାଙ୍କ ସାହାଯ୍ୟ ପାଇଁ ତାଙ୍କ ପୁଅ ମଧ୍ୟ ପହଞ୍ଚିଥିଲା। ପରେ ଝିଅଟି ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା।

କେବଳ ଜଣେ ପଡ଼ୋଶୀଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଦେଖଣାହାରୀ ସାଜିଥିଲେ। ଏହି ଅଞ୍ଚଳ ରାତି ୯ଟା ପରେ ଅସୁରକ୍ଷିତ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ସମସ୍ତଙ୍କ ସାମ୍ନାରେ ଘଟିଥିଲେ ବି କେହି ସାହାଯ୍ୟ ପାଇଁ ନଆସିବା ଆଶ୍ଚର୍ଯ୍ୟଜନକ ଏବଂ ମାନବିକତାର ଅଭାବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ମୃତ ବ୍ୟକ୍ତି ଜଣକ ପରିବାରର ଏକାମାତ୍ର ରୋଜଗାରିଆ ଥିଲେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2Q08Kpm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages