ଶେଷ ହେଲା ରିଟଣ୍ଣିଂ ଅଫିସରଙ୍କ ପ୍ରଶିକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଶେଷ ହେଲା ରିଟଣ୍ଣିଂ ଅଫିସରଙ୍କ ପ୍ରଶିକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ଗଣତି ନେଇ ଭୁବନେଶ୍ୱରରେ ୨ଦିନ ଧରି ଚାଲିଥିବା ରିଟଣ୍ଣିଂ ଅଫିସରଙ୍କ ପ୍ରଶିକ୍ଷଣ ଶେଷ ହୋଇଛି। ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ୍ ଗଣତି ନେଇ ଜିଲ୍ଲାପାଳ ଓ ରିଟଣ୍ଣିଂ ଅଫିସରଙ୍କୁ ପୋଷ୍ଟାଲ ବ୍ୟାଲଟର ଗଣତି କେମିତି କରାଯିବ ସେ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ବିଶେଷ କରି ଭିଭିପ୍ୟାଟ୍ କାଉଣ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ହଲ୍ କାଉଣ୍ଟର୍ କେମିତି ତିଆରି କରାଯିବ ସେ ନେଇ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଛି। ଏହାସହ ବୁଧବାରଠାରୁ ସମସ୍ତ ୩୦ ଜିଲ୍ଲାରେ ଆରମ୍ଭ ହେଉଛି ଭୋଟଗଣତି ପ୍ରଶିକ୍ଷଣ। ୩୦ ଜିଲ୍ଲାରେ ପ୍ରଶିକ୍ଷଣ ପାଇଁ ୩୦ ମାଷ୍ଟରଟ୍ରେନରଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟର ୬୩ କେନ୍ଦ୍ରର ୧୫୩ଟି ହଲ୍‌ରେ ଭୋଟ ଗଣତି ହେବ। ଏଥିପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଟ୍ରେନିଂ ଭଲ ହେଲେ ଭୋଟ ଗଣତିରେ ତ୍ରୁଟି କମ୍ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।



from Odisha Reporter http://bit.ly/30j0ndg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages