ବଜ୍ରପାତରେ ଚାଲିଗଲା ଦୁଇଟି ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ବଜ୍ରପାତରେ ଚାଲିଗଲା ଦୁଇଟି ଜୀବନ

ବାଲେଶ୍ୱର(ରଞ୍ଜିତ ପାକଳ): ଚିଙ୍ଗୁଡ଼ି ଘେରିକୁ ମେସିନ୍‌ ସଜାଡ଼ିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ। ଚାଲିଗଲା ୨ ଜଣ ଯୁବକଙ୍କ ଜୀବନ। ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ସିଙ୍ଗଲା ଥାନା ରାଣେଶ୍ୱରପୁର ଡିହଚକସର୍ଥା ଗାଁର ବାବୁରାମ ସିଂ ଓ ବାସୁଦେବ ଜେନା ଚିଙ୍ଗୁଡ଼ି ଘେରିକୁ ମେସିନ୍‌ ସାଜାଡିବାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହୋଇଥିଲା। ସେମାନେ ସେଠାରୁ ପଳାଇ ଆସି ଏକ କୁଡ଼ିଆ ଭିତରେ ଆଶ୍ରୟ ନେଇଥିଲେ। ହଠାତ ବଜ୍ରପାତ ହେବାରୁ ବାବୁରାମ ଓ ବସୁଦେବଙ୍କ ସମେତ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବାବୁରାମ ଓ ବସୁଦେବଙ୍କୁ ମୃତ ଘୋଷଣା କରିଥିଲେ।



from Odisha Reporter http://bit.ly/2VBc1BA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages