ବିଶ୍ୱକପ୍ ପାଇଁ ‘ଯୋଗ’ର ସହାୟତା ନେଉଛନ୍ତି ଗେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ବିଶ୍ୱକପ୍ ପାଇଁ ‘ଯୋଗ’ର ସହାୟତା ନେଉଛନ୍ତି ଗେଲ୍

ନୂଆଦିଲ୍ଲୀ: ନିଜର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍ ଖେଳିବାକୁ ଯାଉଥିବା କ୍ରିସ୍ ଗେଲ୍ ୩୯ ବର୍ଷ ବୟସରେ ନିଜକୁ ଫିଟ୍ ରଖିବାର ଉପାୟ ବାହାର କରିଛନ୍ତି। ଗେଲ୍ ଗତ ଦୁଇ ମାସ ହେବ ଜିମରୁ ଦୂରରେ ଅଛନ୍ତି। ଗେଲଙ୍କ ଫିଟନେସର ରହସ୍ୟ ହେଉଛି ‘ଯୋଗ’ ଏବଂ ମାଲିସ୍, ଯେଉଁ କାରଣରୁ ସେ ଦୀର୍ଘ ଦିନ ଦିନରେ ଗ୍ରାଉଣ୍ଡକୁ ଫେରିବାରେ ସଫଳ ହୋଇଛନ୍ତି।

ଶକ୍ତିଶାଳୀ ହେବା ଦ୍ୱାରା ଗେଲ୍ ଆଉ ଜିମ୍ ଯାଉନାହାନ୍ତି ଏବଂ ଦୁଇ ମ୍ୟାଚ୍ ପରେ ସମ୍ପୂର୍ଣ୍ଣ ଆରାମ କରନ୍ତି। ବିଶ୍ୱକପ୍ ପୂର୍ବରୁ ଆଇପିଏଲରେ ଭଲ ପ୍ରଦର୍ଶନ କରି ୪୧ ହାରରେ ୪୯୦ ରନ୍ କରିଛନ୍ତି। ଆଇପିଏଲରେ ନିଜର ପ୍ରଦର୍ଶନ ନେଇ ଗେଲ୍ କହିଛନ୍ତି, ବିଶ୍ୱକପ୍ ପୂର୍ବରୁ ଆଇପିଏଲ୍ ଖେଳିବାର ମଜା ଅଲଗା। ମୋ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି ଏବଂ ମୁଁ ନିଜ ବ୍ୟାଟିଂ ପ୍ରଦର୍ଶନକୁ ନେଇ ବହୁତ ଖୁସି।

ବିଶ୍ୱକପରେ ଏହି ଲୟ ବଜାୟ ରଖିବା ନେଇ ମୁଁ ଆଶାୟୀ ଅଛି। ବୟସର ପ୍ରଭାବ ପଡିବା ସ୍ୱାଭାବିକ କିନ୍ତୁ ମୁଁ ମାନସିକ ଭାବେ ବହୁତ ଦୃଢ଼। ଗତ ଦୁଇମାସ ହେବ ମୁଁ ଫିଟନେସ୍ ଉପରେ ଧ୍ୟାନ ଦେଇନାହିଁ। ମୁଁ କେବଳ ମୋ ଅଭିଜ୍ଞତା ଓ ମାନସିକ ଦୃଢ଼ତାର ଉପଯୋଗ କରୁଛି। ମୁଁ ଗତ କିଛି ମାସ ହେବ ଜିମ୍ ଯାଉନାହିଁ।

ଏହି ସମୟରେ ମୁଁ ମୋ ଶରୀରକୁ ପ୍ରଚୁର ଆରାମ୍ ଦେଉଛି ଏବଂ ମାଲିସ୍ କରାଉଛି। ଏଥିସହ ନିୟମିତ ଫ୍ରେଶ୍ ରହିବା ପାଇଁ ପ୍ରୟାସ କରୁଛି ବୋଲି ଗେଲ୍ କହିଛନ୍ତି। ସୂଚନାଯୋଗ୍ୟ, ଗେଲ୍ ଏପର୍ଯ୍ୟନ୍ତ ୧୦୩ ଟେଷ୍ଟ, ୨୮୯ ଦିନିକିଆ ଏବଂ ସମଗ୍ର ବିଶ୍ୱରେ ଟି-୨୦ ଲିଗ୍ ଖେଳିଛନ୍ତି।



from Odisha Reporter http://bit.ly/2Hl2Nk4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages