ପଦ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ପଦ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ

jaganath

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଆଜି ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ। ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଦଳର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।

ପଦ ଛାଡ଼ିବା ସହିତ ସେ ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିଛନ୍ତି।

ଜଗନ୍ନାଥ କହିଛନ୍ତି,“ଚଳିତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି। ରାଜ୍ୟ ନେତୃତ୍ୱ ପ୍ରଚାରରେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ରଣନୀତି ଆପଣାଇଥିଲା।”

ସେ ଆହୁରି କହିଛନ୍ତି,“କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ଯେପରି ଆଗକୁ ବଢ଼ିଥାନ୍ତା, ରାଜ୍ୟରେ ତାହା କରାଇ ଦିଆଗଲା ନାହିଁ। ସାଙ୍ଗଠନିକ ସ୍ଥିତି, ନିର୍ବାଚନ ପ୍ରସ୍ତୁତି ଓ ଟିକେଟ ବଣ୍ଟନ ପ୍ରକ୍ରିୟାରେ ସମନ୍ୱୟର ଘୋର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଦଳର ପ୍ରଦର୍ଶନ ଭଲ ହେବ ନାହିଁ।”



from Odisha Reporter http://bit.ly/2WpGL8w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages